www.samajalive.in
Sunday, December 7, 2025
15.1 C
Bhubaneswar

ଜଟଣୀ ବାବୁଙ୍କ ଘରେ ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍। ରେଡ୍‌ ବେଳେ ଖଟ ତଳୁ ମିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର।

ଖଟ ତଳେ ଗଦି ମରାଯାଇ ରଖା ଯାଇଥିଲା ଖାଲି ପାଞ୍ଚ ଶହ ଟଙ୍କିଆ ବିଡା। ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ମିଳିଛି ଏହି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧ ନିର୍ମିତ କୋଠା ଘରେ ବି ଚାଲିଛି ଚଢାଉ। ସେହିପରି ଲାଞ୍ଜିପଲ୍ଲୀଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଛି। ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ ଜାରି ରହିଛି। ଗଞ୍ଜାମ ଜିଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି। ନଗଦ ଟଙ୍କା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ଦିନ ୧୨ଟା ସୁଦ୍ଧା ଜବତ ହୋଇଛି। ଟଙ୍କା ଓ ଗହଣାକୁ ଛାଡି ଦେଲେ ଭୁବନେଶ୍ବରରେ ୩ଟି ଅତି ଦାମୀ ଫ୍ଲାଟ୍, ବ୍ରହ୍ମପୁରରେ ୨ଟି ତିନି ତାଲା କୋଠାଘର ମଧ୍ୟ ଠାବ ହେଲାଣି। ଆହୁରି ଗଣତି ଓ ସନ୍ଧାନ ଚାଲିଛି।

- Advertisement -

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାତ୍ର ୩ବର୍ଷ ମଧ୍ୟରେ ମାତ୍ରାଧିକ ଆୟ କରିଥିବା ସୂର୍ଯ୍ୟମଣିଙ୍କ ନାମରେ ଅଭିଯୋଗ ରହିଥିଲା। ଗତ ତିନି ବର୍ଷ ଭିତରେ ସେ ଏତେ ପରିମାଣର ଦୁର୍ନୀତି କରିଥିଲେ ଯେ, ତାହାର ଗନ୍ଧ ଭିଜିଲାନ୍ସ ନାକରେ ବାଜିଥିଲା। ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ, ଜଟଣୀ ମ୍ୟୁନିସିପାଲ ଇଞ୍ଜିନିୟର ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ବାବୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି। ଏଥିରେ ୯ ଡିଏସପି, ୪ ଇନସ୍ପେକ୍ଟର, ୧୩ ଜଣ ଏଏସଆଇ ଏବଂ ଅନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories