www.samajalive.in
Monday, December 8, 2025
20.1 C
Bhubaneswar

୧୮ ବର୍ଷ ସାନ ମହିଳା ମୋର୍ଚ୍ଚାର ଉପସଭାପତିଙ୍କୁ ବିବାହ କଲେ ବିଜେପି ଜିଲା ସଭାପତି

ଗାନ୍ଧିନଗର : ଖାଲି ଯେ ସେଲିବ୍ରେଟିମାନଙ୍କ ଦ୍ଵିତୀୟ ଓ ତୃତୀୟ ବିବାହ ଚର୍ଚ୍ଚାର ବିଷୟ ହୁଏ, ତାହା ନୁହେଁ। ଏବେ ନେତା ଓ ରାଜନେତାଙ୍କ ଏମିତି କିଛି କାରନାମା ମଧ୍ୟ ଚର୍ଚ୍ଚାକୁ ଆସୁଛି। ଏଭଳି ଘଟଣା ଘଟିଛି ଗୁଜୁରାଟରେ। ଗୁଜରାଟର ୪୫ ବର୍ଷିୟ ବିଜେପି ନେତା ଶଙ୍କରଭାଇଙ୍କ ତୃତୀୟ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। ଦାହୋଦ ଜିଲ୍ଲା ବିଜେପି ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ନିଜଠାରୁ ୧୮ ବର୍ଷ ସାନ ଯୁବତୀ ଜପ୍ଲାବେନଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ଜପ୍ଲାବେନ ସେଠାକାର ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ଅଛନ୍ତି।

ଦାହୋଦ ଜିଲାର ଫତେପୁରା ତାଲୁକାର ସିଗଡାପଡା ଗାଁର ବାସିନ୍ଦା ଶଙ୍କରଭାଇ ଅମଲିୟାର। ତାଙ୍କର ପ୍ରଥମ ବିବାହ ଫତେପୁରର ବିଧାୟକ ରମେଶ କଟାରାଙ୍କ ଭଉଣୀଙ୍କ ସହ ହୋଇଥିଲା। ଉଭୟଙ୍କର ୪ଟି ସନ୍ତାନ ରହିଛନ୍ତି। ତେବେ ୨୦୧୦ ମସିହାରେ ଶଙ୍କରଭାଇଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହେବା ପରେ ୨୦୧୧ରେ ସେ ଦ୍ଵିତୀୟ ବିବାହ କରିଥିଲେ। ମାତ୍ର ଘରୋଇ ହିଂସା କାରଣରୁ ସେମାନେ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥି​‌ଲେ। ଗତ ବର୍ଷ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା।

- Advertisement -

ଏହା ପରେ ଜୁନ ୨୦ରେ ନିଜଠାରୁ ୧୮ ବର୍ଷ ସାନ ବିଜେପି ମହିଳା ମୋର୍ଚ୍ଛାର ଉପସଭାପତି ଜପ୍ଲାବେନଙ୍କ ସହ ଶଙ୍କରଭାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତ କିଛି ବର୍ଷ ହେବ ଜପ୍ଲାବେନ ରାଜନୀତିରେ ସକ୍ରିୟ ଅଛନ୍ତି। ଜପ୍ଲାବେନ ଏମଏମସି ଦ୍ଵିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories