www.samajalive.in
Sunday, December 7, 2025
15.1 C
Bhubaneswar

ହିମାଚଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ପ୍ରତ୍ୟୁଷରେ ତାଙ୍କର ମୃତ୍ୟୁ ଘଟିଛି। ବୀରଭଦ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଭୋର ୩.୪୦ରେ ତାଙ୍କର ପରଲୋକ ଘଟିଥିବା ବରିଷ୍ଠ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା.ଜନକ ରାଜ କହିଛନ୍ତି। ସେ କହିଛନ୍ତି ଯେ ହୃଦଘାତରେ ବୀରଭଦ୍ର ସିଂହଙ୍କର ପରଲୋକ ଘଟିଥିଲା। ବୀରଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜବୀନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା। ଡାକ୍ତରଖାନାର ହୃଦରୋଗ ବିଭାଗର ଏକ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଥିଲେ।
ଜୁନ୍‍ ୧୧ ତାରିଖରେ ସେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇମାସ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଥିଲା। ପ୍ରଥମ ଥର ସେ ଏପ୍ରିଲ ୧୨ରେ କରୋନାରେ ସଂକ୍ରିତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଚଣ୍ଡିଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେଥିରୁ ଆରୋଗ୍ୟ ଲାଭ କରି ଏପ୍ରିଲ ୩୦ରେ ଘରକୁ ଫେରିଥିଲେ। ତେବେ ଫେରିବାର କିଛି ଘଣ୍ଟା ମଧ୍ୟରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହିମାଚଳ ପ୍ରଦେଶର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ସେଠାରେ ଚିକିତ୍ସା ଚାଲିଥିଲା।
ସୂଚନାଯୋଗ୍ୟ ଯେ ବୀରଭଦ୍ର ସିଂହ ୯ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ହିମାଚଳ ପ୍ରଦେଶର ଛଅ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ବୀରଭଦ୍ରଙ୍କ ପତ୍ନୀ ପ୍ରତିଭା ସିଂହ ଏବଂ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ରାଜନୀତିରେ ଅଛନ୍ତି। ପ୍ରତିଭା ସିଂହ ଜଣେ ପୂର୍ବତନ ସାଂସଦ ହୋଇଥିବାବେଳେ ବିକ୍ରମାଦିତ୍ୟ ସଂପ୍ରତି ଶିମଳା ଗ୍ରାମାଞ୍ଚଳ ଆସନରୁ ବିଧାୟକ ଅଛନ୍ତି। ବୀରଭଦ୍ର ସିଂହ ୧୯୮୩ ଏପ୍ରିଲ ୮ରୁ ୧୯୯୦ ମାର୍ଚ୍ଚ ୫, ୧୯୯୩ ଡିସେମ୍ବର ୩ରୁ ୧୯୯୮ ମାର୍ଚ୍ଚ ୨୩, ୨୦୦୩ ମାର୍ଚ୍ଚ ୬ରୁ ୨୦୦୭ ଡିସେମ୍ବର ୨୯ ଏବଂ ୨୦୧୨ ଡିସେମ୍ବର ୨୫ରୁ ୨୦୧୭ ଡିସେମ୍ବର ୨୬ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଏଥିସହିତ ସେ ୧୯୯୮ ମାର୍ଚ୍ଚରୁ ୨୦୦୩ ମାର୍ଚ୍ଚ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରହିଥିଲେ। ସେ ପର୍ଯ୍ୟଟକ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ଉପ ମନ୍ତ୍ରୀ, ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ, ଇସ୍ପାତ ମନ୍ତ୍ରୀ, ଏମଏସଏମଇ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୭ ଡିସେମ୍ବରରେ ସେ ତ୍ରୟୋଦଶ ବିଧାନ ସଭାକୁ ଆର୍କି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ବୀରଭଦ୍ର ସିଂହ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ଭାବେ ୧୯୭୭, ୧୦୭୯, ୧୯୮୦ ଏବଂ ୨୦୧୨ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories