www.samajalive.in
Monday, December 8, 2025
20.1 C
Bhubaneswar

ଶରୀର ପାଇଁ ଉପକାରୀ ଏହି ପରିବା

ସବୁଜ ପନିପରିବା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ। ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ପିଆଜ –
ପିଆଜରେ ଖାଦ୍ୟର ସ୍ୱାଦକୁ ବଢାଇବା ସହ ନିୟମିତ ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସହଜରେ ଥଣ୍ଡାକାଶ ହୋଇନଥାଏ।
ରକ୍ତସଂଚାଳନ ସଠିକ ଭାବେ ହୋଇଥାଏ। ମଧୁମେହ ରୋଗୀମାନେ ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଫୁଲକୋବି –
ଫୁଲକୋବିରେ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ।ଏଥିରେ କ୍ୟାଲସିୟମ, ଫରଫରସ, ପ୍ରୋଟିନ, କାବ୍ରୋହାଇଡ଼୍ରେଟ, ଲୌହ, ଭିଟାମିନ ଏ, ବି, ସି, ଆୟୋଡ଼ିନ, ପୋଟାସିୟମ ଆଦି ରହିଛି।ଏହା ରକ୍ତ ପରିଷ୍କାର କରିଥାଏ। ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ଓଜନ ହ୍ରାସ ପାଇଁ ମଧ୍ୟ ସହାୟକ ହୋଇଥାଏ।
ଛତୁ –
ଏଭଳି ଦେଖିବାକୁ ଗଲେ ଛତୁ ଖାଇବା ବହୁ ଲୋକଙ୍କୁ ପସନ୍ଦ।ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ଯାହା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏଥିରେ କ୍ୟାଲୋରୀର ମାତ୍ରା କମ ଥାଏ। ଏଥିରେ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ।ଏହାସହ ଜିଙ୍କ, ପୋଟାସିୟମ ମଧ୍ୟ ରହିଛି। ଏଥିରେ ଥିବା ଫାଇବର ଓ ଅନ୍ୟ ଏନଜାଇମ କୋଲେଷ୍ଟେରୋଲକୁ ବୃଦ୍ଧି ପାଇବାକୁ ଦେଇନଥାଏ। ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ହାଡ଼କୁ ମଜଭୂତ କରିଥାଏ।
ଆଳୁ –
ଆଳୁ ଏପରି ଏକ ପରିବା ଯାହା ପ୍ରତ୍ୟେକଙ୍କ ଘରେ ଉପଲବ୍ଧ। ଏହାର ବିଶେଷତ୍ୱ ହେଉଛି , ଏହାକୁ ସଠିକ ପରିମାଣରେ ଯେକୌଣସି ତରକାରୀରେ ପକାଇ ପ୍ରସ୍ତୁତ କରାଯାଇପାରେ। ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ଆଳୁରେ ଭିଟାମିନ ସି, ପୋଟାସିୟମ, ଭିଟାମିନ ବି-୬ ଅନ୍ୟ ପୋଷକ ତତ୍ୱ , ଖଣିଜ ରହିଥାଏ। ଏହାସହ ଆଳୁରେ ଥିବା ଭିଟାମିନ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories