www.samajalive.in
Sunday, December 7, 2025
15.1 C
Bhubaneswar

ବାସ୍ତୁର ଏହି ୫ଟି ନିୟମ : ଟଙ୍କାପଇସା ସହ ଗୃହରେ ଆଣିଥାଏ ସୁଖସମୃଦ୍ଧି

ଶାସ୍ତ୍ର ଅନୁଯାୟୀ ଭଗବାନ କୁବେରଙ୍କୁ ଧନର ଦେବତା କୁହାଯାଏ। ତେଣୁ କୁବେର ପ୍ରସନ୍ନ ରହିବା ଦ୍ୱାରା ଗୃହରେ ଟଙ୍କାପଇସାର ଅଭାବ ହୋଇନଥାଏ। ମାତ୍ର ଘରେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବାସ୍ତୁ ଶାସ୍ତ୍ରରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ଟଙ୍କା ପଇସାର ଅଭାବ ହୋଇନଥାଏ। ଜାଣନ୍ତୁ ସେହି ୫ଟି ବିଶେଷ ନିୟମ ବିଷୟରେ …….
୧ – ଘରର ପ୍ରବେଶ ଦ୍ୱାର ଦେଇ ଧନର ଆଗମନ ହୋଇଥାଏ ବୋଲି କୁହାଯାଏ। ତେଣୁ ପ୍ରବେଶ ଦ୍ୱାରକୁ ସର୍ବଦା ସଫାସୁତୁରା ରଖନ୍ତୁ। ଏହି ଦ୍ୱାର ଖୁସି ଓ ହସଖୁସି ବାତାବରଣର ପ୍ରତୀକ। ତେଣୁ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଏକ ସୁନ୍ଦର ପବନ ଘଣ୍ଟି ( ଉଇଣ୍ଡି ଚାଇମ) ଲଗାନ୍ତୁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କୁହାଯାଏ, ଏହି ଶବ୍ଦ ଟଙ୍କାପଇସାକୁ ଆକର୍ଷିତ କରିଥାଏ।
୨ – ଲାଲ, ବାଇଗଣୀ ଓ ସବୁଜ ରଙ୍ଗ ଧନକୁ ଆକର୍ଷିତ କରିଥାଏ। ତେଣୁ ଗୃହରେ ଏହି ରଙ୍ଗ ନିଶ୍ଚୟ କରନ୍ତୁ। ଏହା ବ୍ୟତୀତ ଆପଣ ଘରର ସାଜସଜ୍ଜା ଜିନିଷ, ସୋଫା, ଆକ୍ୱାରିୟମ ମଧ୍ୟ ଏହି ରଙ୍ଗର ଆଣନ୍ତୁ।
୩ – ସୁନା ଧନ ଓ ବୈଭବର ପ୍ରତୀକ। ତେଣୁ ଘରେ ଏହି ରଙ୍ଗର ଯେକୌଣସି ଜିନିଷ ନିଶ୍ଚୟ ରଖନ୍ତୁ। ଯେପରି ସୁନେଲି ରଙ୍ଗର ଆକ୍ୱାରିୟମ।
୪ – ଘରର ରୋଷଇ ଘର ଆପଣଙ୍କ ପାଇଁ ଏକ ମୁଖ୍ୟ ସ୍ଥାନ। ଏହା ଆପଣଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣିଥାଏ। ତେଣୁ ରୋଷେଇ ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ ଓ ସମସ୍ତ ଜିନିଷ ଉପଯୁକ୍ତ ସ୍ଥାନରେ ରଖନ୍ତୁ।
୫ – ଘରେ ଅଦରକାରୀ ଜିନିଷ ଆଦୌ ରଖନ୍ତୁ ନାହିଁ। ଘରେ ଅଦରକାରୀ ଜିନିଷ ନରଖିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories