ଏଇ କିଛିଦିନ ତଳେ ବ୍ରିଟେନ୍ରୁ ଫେରିଛନ୍ତି ଅଭିନେତ୍ରୀ ବାଣୀ କପୁର। ‘ବେଲ୍ ବଟମ୍’ର ସୁଟିଂ ଶେଷ କରି ମୁମ୍ବଇ ଘରେ କିଛିଦିନ ଏକାନ୍ତବାସରେ ରହିଲେ। କରୋନା ସମୟର ସମସ୍ତ ନୀତିନିୟମକୁ ଭଲଭାବେ ପାଳନ କରୁଛନ୍ତି ସେ। ଆଇସୋଲେସନ୍ ସମୟ ଶେଷ ପରେ ସେ ପୁଣି ଚଣ୍ଡିଗଡ଼ ଯାଇଛନ୍ତି। ଅଭିଷେକ କପୁର ନିର୍ଦେଶିତ ଏଇ ଚଳଚ୍ଚିତ୍ରରେ ସେ ଓ ଆୟୁଷ୍ମାନ୍ ଖୁରାନା ମୁଖ୍ୟ ଭୂମିକାରେ ଦେଖାଦେବେ। ସାକ୍ଷାତକାର୍ରେ ବାଣୀ କହିଛନ୍ତି, ଲକ୍-ଡାଉନ୍ ସମୟରେ ଘରେ ରହି ସେ ଅତିଷ୍ଠ ହୋଇଯାଇଥିଲେ। ଏତେ ଦିନ ପରେ ବାହାରକୁ ଆସି ପୁଣି ସୁଟିଂରେ ଯୋଗ ଦେଇଥିବାରୁ ତାଙ୍କୁ ମଜା ଲାଗୁଛି। ବହୁ କଟକଣାରେ ସେମାନଙ୍କୁ ସୁଟିଂ କରିବାକୁ ପଡ଼ୁଛି। ବେଲବଟମ୍ ଚଳଚ୍ଚିତ୍ରର ସୁଟିଂ ପାଇଁ ସେ ଲଣ୍ଡନ ଓ ସ୍କଟଲାଣ୍ଡରେ ଥିବାବେଳେ କେବଳ ହୋଟେଲ୍ ଓ ସୁଟିଂ ସ୍ପଟ୍ରେ ହିଁ ସମୟ କାଟିଥିଲେ। ବ୍ରିଟେନ୍ର କଡ଼ା ନିୟମ ଅନୁସାରେ, ପୂରା ୟୁନିଟ୍ ସେଠାକାର ମଲ୍କୁ କିମ୍ବା ଅନ୍ୟ ଦର୍ଶନୀୟ ସ୍ଥାନକୁ ପ୍ରବେଶ କରିପାରିନଥିଲା। ବାଣୀ ଏହା ମଧ୍ୟ କହିଛନ୍ତି ଭ୍ୟାକ୍ସିନ୍ ଆସିଲେ ସ୍ଥିତି ପୂରା ସୁଧୁରିଯିବ, ଏହା ତାଙ୍କର ଦୃଢ଼ ବିଶ୍ବାସ।
Popular Categories



