www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ସହ ଲଢ଼ିବା ନିମନ୍ତେ କମ୍ ଖାଆନ୍ତୁ ଲୁଣ

ପୂରା ବିଶ୍ବ କରୋନା ଭାଇରସ୍‌ ସହ ଲଢ଼ିବା ନିମନ୍ତେ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ବିଶେଷଜ୍ଞଙ୍କ ମତରେ ଏଇ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ, ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଖାଦ୍ୟପାନୀୟ ଖାଇବା ଜରୁରୀ। ସେସବୁର ତାଲିକା ପ୍ରସ୍ତୁତ କଲାବେ​‌େ​‌ଳ ଧ୍ୟାନରେ ରଖନ୍ତୁ ଯେପରି ଆବଶ୍ୟକ ପରିମାଣ ଠାରୁ କମ୍ ଲୁଣ ଖାଇବେ। ଲଣ୍ଡନ ଗବେଷକଙ୍କ ମତରେ ଲୁଣ କେବଳ ଉଚ୍ଚରକ୍ତଚାପ ପାଇଁ କ୍ଷତିକାରକ ନୁହେଁ, ବରଂ ଏହା କାରଣରୁ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହୋଇଥାଏ। ମୂଷାଙ୍କ ଉପରେ ଏହି ପ୍ରୟୋଗ ହେବା ପରେ ଗବେଷକ ମୁଖ୍ୟ ତଥ୍ୟଟି ସ୍ପଷ୍ଟ କରିଛନ୍ତି। ଅଧିକ ଲୁଣ ଖାଉଥିବା ମୂଷାଙ୍କଠାରେ ସଂକ୍ରମଣଜନିତ ରୋଗ ବଢ଼ୁଥିବାର ଦେଖାଯାଇଥିଲା। ବିଶେଷଜ୍ଞଙ୍କ ମତରେ ୭୦ ବର୍ଷ ଅତିକ୍ରାନ୍ତ ପରେ ଉଭୟ ପୁରୁଷ ଓ ମହିଳା ଲୁଣ ଖାଇବାରେ ନିୟନ୍ତ୍ରଣ କରିବା ଉଚିତ। ଅତିବେଶୀରେ ଦୈନିକ ୫ଗ୍ରାମ୍ ଲୁଣ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ। ମଧ୍ୟମ ବୟସର ପୁରୁଷ ୧୦ ଗ୍ରାମ୍ ଲୁଣ ଓ ମହିଳାମାନେ ୮ ଗ୍ରାମ୍ ଲୁଣ ଖାଇପାରିବେ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ଲୁଣ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଖାଇଲେ ଶରୀରର କୋଶିକାଗୁଡ଼ିକ ଭାଇରସ୍‌ ସହ ଲଢ଼ିପାରିନଥାନ୍ତି।। ଖାଦ୍ୟରେ ଲୁଣ ପରିମାଣ କମ୍ ନ ହେଲେ, ହୃଦ୍‌ରୋଗ ସହ ମସ୍ତିଷ୍କଜନିତ ରୋଗ ହେବାର ଆଶଙ୍କା ବଢ଼େ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories