www.samajalive.in
Monday, December 8, 2025
14.1 C
Bhubaneswar

ତାଲିବାନୀ ବେଶରେ ଆମେରିକା ରାଷ୍ଟ୍ରପତି: ଲେଖାହୋଇଛି- ‘ତାଲିବାନକୁ ପୁଣି ମହାନ ଶକ୍ତି ରୂପେ ଗଢି ତୋଳିବା’

ୱାଶିଂଟନ: ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଇତି ମଧ୍ୟରେ ତାଙ୍କର ଏକ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟରରେ ବାଇଡେନଙ୍କୁ ତାଲିବାନ ଆତଙ୍କୀ ପୋଷାକରେ ଦେଖିବାକୁ ମିଳିଛି। ଏତସହ ସେ ହାତରେ ମୋର୍ଟାର ଧରିଛନ୍ତି। ପୋଷ୍ଟରରେ ଲେଖାହୋଇଛି, ‘ତାଲିବାନକୁ ପୁଣି ମହାନ ଶକ୍ତି ରୂପେ ଗଢି ତୋଳିବା(ମେକିଂ ତାଲିବାନ ଗ୍ରେଟ୍‌ ଏଗେନ୍‌)’। ଏଠାରେ ସୂନାଯୋଗ୍ୟ ଯେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ସମୟରେ ‘ଆମେରିକାକୁ ପୁଣି ମହାନ ଶକ୍ତି ରୂପେ ଗଢି ତୋଳିବା(ମେକିଂ ଆମେରିକା ଗ୍ରେଟ୍‌ ଏଗେନ୍‌’ ନାରା ଖୁବ୍‌ ଲୋକପ୍ରିୟ ହୋଇଥିଲା।

- Advertisement -

ମିଡିଆ ରିପୋର୍ଟ ମୁତାବକ, ପେନସିଲଭାନିଆର ପୂର୍ବତନ ସିନେଟର ସ୍କଟ ୱାଗନର୍ ରାଷ୍ଟ୍ରପତି ଜୋ ବିଡେନଙ୍କ ବିରୋଧରେ ଏହି ପୋଷ୍ଟର ଲଗାଇଛନ୍ତି। ସେ ପ୍ରାୟ ୧୫ ହଜାର ଡଲାର ମୂଲ୍ୟରେ ରାଜପଥରେ ଏକ ଡଜନରୁ ଅଧିକ ବିଲବୋର୍ଡ଼ ଭଡ଼ାରେ ନେଇ ଏଭଳି ପୋଷ୍ଟର ଲଗାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜୋ ବାଇଡେନଙ୍କ ଗୋଟିଏ ଭୁଲ୍‌ ନିଷ୍ପତ୍ତି ପାଇଁ ଆମେରିକାକୁ ସାରା ଦୁନିଆ ଆଗରେ ଲଜ୍ଜିତ ହେବାକୁ ପଡ଼ିଲା।

ପୂର୍ବତନ ସିନେଟର କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସମର୍ଥକ ନୁହଁନ୍ତି। ଟ୍ରମ୍ପ ଯଦି ଏପରି ନିଷ୍ପତ୍ତି ନେଇଥାନ୍ତେ, ତେବେ ସେ ମଧ୍ୟ ଏଭଳି କରିଥାନ୍ତେ। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ସ୍ଥଗିତ ରଖିବାକୁ ବାଇଡେନଙ୍କୁ ଚାପ ପକାଯାଇଥିଲା, କିନ୍ତୁ ସେ କାହାରି କଥା ଶୁଣିଲେ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories