www.samajalive.in
Monday, December 8, 2025
27.1 C
Bhubaneswar

ଶାନ୍ତି, ସୁରକ୍ଷା ଓ ଭରସା ସବୁଠାରୁ ବଡ ଆହ୍ୱାନ ହୋଇଛି- ପ୍ରଧାନମନ୍ତ୍ରୀ ମୋଦି

ଦୁସାନବେ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅଞ୍ଚଳ ସଂପ୍ରତି ଯେଉଁ ଆହ୍ୱାନର ସାମନା କରୁଛି ତାହା ଶାନ୍ତି, ନିରାପତ୍ତା ଏବଂ ବିଶ୍ୱାସ ଅଭାବ ଭଳି ପରିସ୍ଥିତି ସହିତ ସଂପୃକ୍ତ। ମୋ÷ଳବାଦର ବୃଦ୍ଧି ଏହିସବୁ ସମସ୍ୟା ପଛରେ ମୂଳ କାରଣ ହୋଇଛି। ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣାବଳୀ ଏଭଳି ବିପଦର ସୂଚନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦୁସାନବେଠାରେ ଶୁକ୍ରବାର ଆୟୋଜିତ ଏସସିଓ ସମ୍ମିଳନୀରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ମୋଦି କାହାର ନାମ ନନେଇ ଚାଇନାକୁ ଲକ୍ଷ୍ୟ କରି କହିଥିଲେ, କୋ÷ଣସି ସଂଯୋଗକାରୀ ପ୍ରୟାସ କେବେହେଲେ ଏକତରଫା ରାସ୍ତା ହୋଇପାରିବ ନାହିଁ। ପାରସ୍ପରିକ ବିଶ୍ୱାସ ଭାବ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସଂଯୋଗୀକାରୀ ପ୍ରକଳ୍ପଗୁଡିକ ପରାମର୍ଶ ଆଧାରିତ, ସ୍ୱଚ୍ଛ ଏବଂ ସହଭାଗୀ ହେବା ଆବଶ୍ୟକ। ଏଭଳି କ୍ଷେତ୍ରରେ ସମସ୍ତ ରାଷ୍ଟ୍ରର ଆଞ୍ଚଳିକ ସଂହତିକୁ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ।
ସୂଚନାଯୋଗ୍ୟ ଯେ ତାଜିକିସ୍ତାନର ଦୁସାନବେଠାରେ ଏସସିଓର ଏହା ୨୧ତମ ବୈଠକ ଥିଲା। ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁସାନବେରେ ଉପସ୍ଥିତ ଥିବାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସେଥିରେ ଯୋଗଦେଇଥିଲେ। ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ, ସେ ଦେଶର ବୈଦେଶିକ ମନ୍ତ୍ରୀ ଶାହ ମାହମୁଦ କ୍ୟୁରେସି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, କାଜାଖସ୍ତାନ, କିରଗିଜସ୍ତାନର ରାଷ୍ଟ୍ରମୁଖ୍ୟ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ତାକିକିସ୍ତାନ ଓ ଉଜବେକିସ୍ତାନ ରାଷ୍ଟ୍ରମୁଖ୍ୟ ଯୋଗଦେଇଥିଲେ। ଶୁକ୍ରବାର ଏସସିଓ ବୈଠକ ପ୍ରଥମ ଥର ପାଇଁ ହାଇବ୍ରିଡ ପଦ୍ଧତିରେ ଆୟୋଜିତ ହୋଇଥିଲା। ଅର୍ଥାତ କିଛି ନେତୃବୃନ୍ଦ ବୈଠକରେ ଶାରୀରିକ ଭାବରେ ଉପସ୍ଥିତ ଥିବାବେଳେ ଆଉ କେତେକ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, କେନ୍ଦ୍ର ଏସିଆ ସହିତ ଯୋଗାଯୋଗ ବ୍ୟବସ୍ଥାରେ ବୃଦ୍ଧି ଘଟାଇବାକୁ ଭାରତ ପ୍ରତିବଦ୍ଧ ରହିଛି ଏବଂ ଭୂଭାଗ ଦ୍ୱାରା ପରିବେଷ୍ଟିତ କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡିକ ଭାରତର ବିଶାଳ ବଜାର ସହିତ ସଂଯୁକ୍ତ ହୋଇ ବିଶେଷ ଫାଇଦା ପାଇପାରିବେ ବୋଲି ମୋଦି କହିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories