www.samajalive.in
Sunday, December 7, 2025
13.1 C
Bhubaneswar

ଏସପି-ବିଏସପି ମେଣ୍ଟରୁ ବାଦ୍‍ ପଡ଼ିବ କଂଗ୍ରେସ!

ନୂଆଦିଲ୍ଲୀ: ତିନିଟି ରାଜ୍ୟରେ ସରକାର ଗଢିବା ପରେ କଂଗ୍ରେସ ଉତ୍ତରପ୍ରଦେଶ ରାଜନୀତିରେ ନିଜ ସ୍ଥିତି ସୁଦୃଢ କରିବାକୁ ଆଶା ବାନ୍ଧିଛି। ଉତ୍ତରପ୍ରଦେଶରେ ହେବାକୁ ଥିବା ମହାମେଣ୍ଟରେ ନିଜ ସ୍ଥିତି ସୁଦୃଢ ହେବ ଏଭଳି ଆଶା କରିଛି କଂଗ୍ରେସ। ତେବେ କଂଗ୍ରେସର ଏଭଳି ଆଶାରେ ମଉଳି ଯିବାର ସମ୍ଭାବନା ଦେଖା ଦେଇଛି। ଉତ୍ତରପ୍ରଦେଶର ପ୍ରମୁଖ ଅଞ୍ଚଳିକ ଦଳ ସମାଜବାଦୀ ପାର୍ଟି ଓ ବହୂଜନ ସମାଜବାଦୀ ପାର୍ଟି ମଧ୍ୟରେ ହେବାକୁ ଥିବା ମେଣ୍ଟରେ କଂଗ୍ରେସକୁ ବାଦ୍‍ ଦେବାର ସମ୍ଭାବନା ଦେଖା ଦେଇଛି। ଅପରପକ୍ଷରେ ଏସପି ଓ ବିଏସପି ମଧ୍ୟରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ଔପଚାରିକ ଘୋଷଣା ମାୟାବତୀଙ୍କ ଜନ୍ମଦିନ ଦିନ ହେବ।
ବିଏସପି ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏସପି ଓ ବିଏସପି ମଧ୍ୟରେ ଆସନ ବୁଝାମଣା ଏକପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ଏହି ବୁଝାମଣାରେ କଂଗ୍ରେସକୁ କେବଳ ରାୟବରେଲି ଓ ଆମେଥି ଆସନ ଦିଆଯାଇ ପାରେ ବୋଲି ଉଭୟ ଦଳ ସ୍ଥିର କରିଛନ୍ତି। ଏହାଠାରୁ ଅଧିକ ଆସନ ଚାହିଁଲେ କଂଗ୍ରେସକୁ ରାଜ୍ୟରେ ମହାମେଣ୍ଟରୁ ବାଦ୍‍ ଦେବାକୁ ନିଷ୍ପତ୍ତି ଚୂଡାନ୍ତ ହୋଇଛି। ସେହିପରି ଚୌଧୁରୀ ଅଜୀତ ସିଂହଙ୍କ ଦଳ ଆରଏଲଡିକୁ ୨ରୁ ୩ଟି ଆସନ ମିଳିବ।
ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଦେଶର ସମୀକରଣ ଅନୁଯାୟୀ ମୋଟ୍‍ ୮୦ଟି ଲୋକସଭା ଆସନ ମଧ୍ୟରୁ ଏସପି ଓ ବିଏସପି ସେମାନଙ୍କ ଆସନ ବୁଝାମଣା କରିଛନ୍ତି। ଏଥିରେ ବିଏସପି ୩୮ ଓ ଏସପି ୩୭ଟି ଆସନରେ ନିର୍ବାଚନ ଲଢିବ। ଏଥି ନିମନ୍ତେ ଉଭୟ ଦଳର ଶିର୍ଷ ନେତାଙ୍କ ମଧ୍ୟରେ ସହମତି ମଧ୍ୟ ଚୂଡ଼ାନ୍ତ ହୋଇଯାଇଛି।
ଏଭଳି ସ୍ଥିତିରେ ଉତ୍ତରପ୍ରଦେଶରେ କଂଗ୍ରେସକୁ ଏକା ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଅବଶ୍ୟ ଯଦି କେବଳ ୨ଟି ଆସନରେ କଂଗ୍ରେସ ସନ୍ତୁଷ୍ଟ ହୁଏ ତେବେ ମହାମେଣ୍ଟରେ କଂଗ୍ରେସକୁ ସାମିଲ କରିବାକୁ ଉଭୟ ଆଞ୍ଚଳିକ ଦଳ ରାଜି ଅଛନ୍ତି ବୋଲି ସୁତ୍ରରୁ ମିଳିଥିବା ସୂଚନାରୁ ସ୍ପଷ୍ଟ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories