www.samajalive.in
Sunday, December 7, 2025
26.1 C
Bhubaneswar

ମର୍ମନ୍ତୁଦ ; ଗଙ୍ଗା ସ୍ନାନ ପାଇଁ ଯାଉଥିଲେ, ଟ୍ରାକ୍ଟର ଓଲଟି ୧୫ ଶ୍ରଦ୍ଧାଳୁ ମୃତ

ଲଖନଉ : ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ୭ ଶିଶୁ ସହ ୧୫ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି। ପଟିଆଲୀ-ଦରିୟାଗଞ୍ଜ ମାର୍ଗରେ ସକାଳେ ପ୍ରାୟ ୧୦ଟା ସମୟରେ ଶ୍ରଦ୍ଧାଳୁ ଯାଉଥିବା ଏକ ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ପୋଖରୀକୁ ଖସି ପଡି ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିବା ପରେ ଶ୍ରଦ୍ଧାଳୁ ମାନେ ଏହା ତଳେ ଦବି ଯାଇଥିଲେ। ଏଯାଏଁ ୧୫ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଓ ୭ ଜଣ ଶିଶୁ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କିଛି ଶ୍ରଦ୍ଧାଳୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ହସ୍ପିଟାଲ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଅନେକ ଲୋକେ ସାମିଲ ରହିଛନ୍ତି। ମାଘ ପୂର୍ଣ୍ଣିମା ହେତୁ ଗଙ୍ଗା ସ୍ନାନ ପାଇଁ ଶ୍ରଦ୍ଧାଳୁ ଯାଉଥିଲେ ବୋଲି ସୂଚନା ମିଳିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories