www.samajalive.in
Sunday, December 7, 2025
13.1 C
Bhubaneswar

ଭାରତରେ ବଢୁଥିବା ଇସ୍ପାତ ଚାହିଦା ଇସ୍ପାତ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ : ଧର୍ମେନ୍ଦ୍ର ପ୍ରଧାନ

-ଜାପାନର ଅର୍ଥମନ୍ତ୍ରୀଙ୍କୁ ଭେଟି ତୈଳ, ଗ୍ୟାସ ଏବଂ ଇସ୍ପାତ୍‍ କ୍ଷେତ୍ରର ସମୀକ୍ଷା କଲେ
-ଭାରତରେ ଇସ୍ପାତ ବ୍ୟବହାରକୁ ବଢାଇବା ଉପରେ ଗୁରୁତ୍ୱାରୋପ
-୧.୪ ଟ୍ରିଲିୟନ ଖର୍ଚ୍ଚ କରି ଦେଶର ଭିତିଭୂମି ବିକାଶ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ

ଟୋକିଓ : ଭାରତରେ ବଢୁଥିବା ଇସ୍ପାତ ଚାହିଦା ଇସ୍ପାତ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ୫ଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ ଫୋରମ (ଜିଏଫ୍‍ଏସ୍‍ଇଏସ୍‍)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ, ଭାରତରେ ଇସ୍ପାତ ବ୍ୟବହାରକୁ ବଢାଇବା ତଥା ବିଶେଷ ଭାବରେ ଇସ୍ପାତ ଚାହିଦାକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ୱ ଦେଉଅଛୁ। ୨୦୩୦ ସୁଦ୍ଧା ଇସ୍ପାତର ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା ରହିଛି । ସେ କହିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ନଜରରେ ରଖି ଭାରତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ଦେଶର ଭିତ୍ତିଭୂମି ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।
ଏହି ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଶ୍ରୀ ପ୍ରଧାନ ଜାପାନର ଶିଳ୍ପ ଓ ପ୍ରାକୃତିକ ସମ୍ବଳ ମନ୍ତ୍ରୀ ବଣ୍ଡାର ଅଲ୍‍ଖୋରାଐଫ୍‍ଙ୍କୁ ଭେଟି ଇସ୍ପାତ୍‍ କ୍ଷେତ୍ରରେ ସାଉଦିଆରବ ସହ ସହଯୋଗର ସଂକ୍ଷିପ୍ତ ସମୀକ୍ଷା କରିଥିଲେ।
ସେହିପରି ଟୋକିଓ ଠାରେ ଜାପାନର ଅର୍ଥମନ୍ତ୍ରୀ ହିରୋସୀମା କାଜିୟାମାଙ୍କ ସହ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ନିଯୁକ୍ତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ ବର୍ତମାନର ତୈଳ, ଗ୍ୟାସ ଏବଂ ଇସ୍ପାତ୍‍ କ୍ଷେତ୍ରର ସମୀକ୍ଷା କରିଥିଲେ।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଗତ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଋଷ ଓ ଜାପାନର ବିଭିନ୍ନ ତୈଳ, ଗ୍ୟାସ ଏବଂ ଇସ୍ପାତ୍‍ ସମ୍ପର୍କିତ ପ୍ରକଳ୍ପ ବୁଲି ଦେଖିବା ସହ ଓଡିଶା ଏବଂ ଋଷ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପାଇଁ ଉଦ୍ୟମ କରିଥିଲେ । ଋଷରେ ସାଖାଲିନ୍‍ -୧ ପ୍ରକଳ୍ପର ସମୀକ୍ଷା କରିବା ସହ ଜାପାନ ଗସ୍ତ କରି ସେଠାକାର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳିଙ୍କ ସହ ଇସ୍ପାତ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories