www.samajalive.in
Monday, December 8, 2025
20.1 C
Bhubaneswar

୪୫ ବର୍ଷ ରେକର୍ଡ ଭାଙ୍ଗିଲା ବେରୋଜଗାରୀ!

ନୂଆଦିଲ୍ଳୀ: ଦେଶର ବେରୋଜଗାରୀ ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୧୭-୧୮ରେ ବେକାରୀ ହାର ୬.୧% ହୋଇଥିବା ଜାତୀୟ ନମୁନା ସର୍ବେକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶିତ ଶ୍ରମ ଶକ୍ତି ସର୍ବେକ୍ଷଣରୁ ଜଣାପଡ଼ିଛି। ବିଧିବଦ୍ଧ ଭାବେ ଏହି ରିପୋର୍ଟ ପ୍ରକାଶ ପାଇନଥିଲେ ମଧ୍ୟ ଏକ ଖବରକାଗଜ ସଂସ୍ଥା ଉକ୍ତ ରିପୋର୍ଟକୁ ଉଦ୍ଧାର କରି ଉପରୋକ୍ତ ଖବର ପ୍ରକାଶ କରିଛି। ନିଜ ଶେଷ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଥିବା ମୋଦୀ ସରକାରଙ୍କୁ ଏହି ଖବର ଅଡ଼ୁଆରେ ପକାଇପାରେ ବୋଲି ଆଲୋଚନା ହେଉଛି।
ଉକ୍ତ ଖବରକାଗଜ ପକ୍ଷରୁ ପ୍ରକାଶିତ ତଥ୍ୟାନୁଯାୟୀ, ୧୯୭୨-୭୩ ପରେ ଦେଶରେ ନିଯୁକ୍ତି ହାର ଉଦ୍‍ବେଗଜନକ ଭାବେ ହ୍ରାସ ପାଇଛି। ୨୦୧୧-୧୨ରେ ବେରୋଜଗାରୀ ହାର ୨.୨ ପ୍ରତିଶତ ଥିବା ବେଳେ ଯୁବ ବେରୋଜଗାରୀ ହାର ୧୩ ରୁ ୨୭%କୁ ଛୁଇଁଥିଲା। ଗ୍ରାମାଞ୍ଚଳରେ ବେରୋଜଗାରୀ ହାର ୫.୩% ଥିବା ବେଳେ ସହରାଞ୍ଚଳରେ ୭.୮% ଥିଲା। ସମୟକ୍ରମେ ଏହି ହାର ଉଦ୍‍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଉକ୍ତ ଖବରକୁ ସରକାରୀ ଅଧିକାରୀମାନେ ଅସ୍ୱୀକାର କରି କହିଛନ୍ତି ଯେ ସମ୍ପୂର୍ଣ୍ଣ ତଥ୍ୟ ଆଧାରରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ ହେବା ପରେ ବାସ୍ତବ ସ୍ଥିତି ଜଣାପଡ଼ିବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories