www.samajalive.in
Thursday, December 11, 2025
26.1 C
Bhubaneswar

ଦୁର୍ଘଟଣାରେ ମନୁ ଭାକରଙ୍କ ମାମୁଁ ଓ ଆଈ ମୃତ

ସମାଜ ଡିଜିଟାଲ ଡେସ୍କ: ଏକ ଦୁର୍ଘଟଣାରେ ଅଲିମ୍ପିକ୍ସ ପଦକ ବିଜେତା ମନୁ ଭାକରଙ୍କ ମାମୁଁ ଏବଂ ଆଈଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ହରିୟାଣାର ଚରଖି ଦାଦରି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମନୁଙ୍କ ମାମୁଁ ଏବଂ ଆଈ ଏକ ସ୍କୁଟିରେ ଯାଉଥିବାବେଳେ ସାମ୍ନା ପଟୁ ଗୋଟିଏ କାର ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହିତ ଫେରାର ହୋଇଯାଇଛି।

ରବିବାର ସକାଳେ ମନୁଙ୍କ ମାମୁଁ ଯୁଦ୍ଧବୀର ନିଜ ମା’ ସାବିତ୍ରୀଙ୍କୁ ନେଇ ସ୍କୁଟିରେ ଯାଉଥିଲେ। ଯୁଦ୍ଧବୀର ହରିୟାଣା ରୋଡଓ୍ବେଜରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ନିଜ ମା’ଙ୍କୁ ସାନପୁଅ ଘରେ ଛାଡ଼ି ଡ୍ୟୁଟି ଯାଇଥାଆନ୍ତେ। ଦୁର୍ଘଟଣା ପରେ ପୁଲିସ ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମନୁ ଭାକର ନିକଟରେ ରାଷ୍ଟ୍ରପତିଙ୍କଠାରୁ ଖେଳରତ୍ନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଖୁସି ମୁହୂର୍ତ୍ତର କିଛି ଦିନ ପରେ ଏପରି ଦୁଃଖଦ ଘଟଣା ଘଟିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories