www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟ ସଂସ୍କୃତ କୋଠାରେ ଅଗ୍ନିକାଣ୍ଡ, ଅଗ୍ନିଶମବାହିନୀ ପକ୍ଷରୁ ଜାରି ରହିଛି ନିଆଁ ଲିଭା ପ୍ରୟାସ

ଭୁବନେଶ୍ବର: ଆଜି ଅପରାହ୍ଣରେ ହଠାତ ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗ କୋଠାରେ ନିଆଁ ଲାଗି ଯାଇଥିଲା। ସଂସ୍କୃତ ବିଭାଗର ଶିକ୍ଷକ ଓ କର୍ମଚାରୀ ନିଆଁ ଲାଗିବା ଜାଣିବା ପରେ କୋଠାରୁ ବାହାରକୁ ବାହାରି ଆସିଥିଲେ। ଗୋଟିଏ ରୁମ୍‌ରୁ ନିଆଁ ଲାଗି ସମ୍ପୂର୍ଣ୍ଣ କୋଠାକୁ ଧୂଆଁମୟ କରି ଦେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲିଭା କାରଣ ଜଣାପଡ଼ିନଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟ ଯୋଗୁ କୋଠାରେ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଘଟଣାସ୍ଥଳକୁ ନିରାପତ୍ତାରଖିମାନେ ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ।

https://youtu.be/2MRp1oRSI30

- Advertisement -

ତେବେ ନିଆଁ ଓ ଧୂଆଁର ବେଗ ଅଧିକ ହେବାକୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଖବର ପାଇବା କ୍ଷଣି ଅଗ୍ନିଶମବାହିନୀ ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର କୋଠାରେ ପହଞ୍ଚି ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରଖିଛନ୍ତି। ଦମକଳବାହିନୀର ଦୁଇଟି ଟିମ୍‌ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ନିରାପତ୍ତାରଖି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗ କୋଠାରେ ନିଆଁ ଲାଗିବା ଦ୍ବାରା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ସହିଦନଗର ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories