www.samajalive.in
Monday, December 8, 2025
20.1 C
Bhubaneswar

ଜେଏନ୍‍ୟୁ ଛାତ୍ର ନିଖୋଜ ମାମଲା ବନ୍ଦ କରିବାକୁ ସିବିଆଇକୁ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ଜବାହାରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ନଜୀବ ଅହମ୍ମଦ ନିଖୋଜ ମାମଲା ବନ୍ଦ କରିବାକୁ ତଦନ୍ତକାରୀ ଦଳ ସିବିଆଇକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ୨ ବର୍ଷ ପୂର୍ବେ ନଜୀବ ନିଖୋଜ ହୋଇଯାଇଥିଲେ। ସିବିଆଇ ପରିବର୍ତ୍ତେ କୋର୍ଟ ନିଜ ନିୟନ୍ତ୍ରଣରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ନିଖୋଜ ଘଟଣାର ତଦନ୍ତ କରିବାକୁ ତାଙ୍କ ମା’ ଫାତିମା ନଫିସ କରିଥିବା ଆବେଦନକୁ ବିଚାରପତି ଏସ୍‍. ମୂରଲୀଧର ଏବଂ ବିନୋଦ ଗୋଏଲଙ୍କ ପୀଠ ଖାରଜ କରିଦେଇଛନ୍ତି। ନଫିସ ନିଜର ସମସ୍ତ ଦାବି ତଳକୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବେ ବୋଲି ପୀଠ ଅନୁମତି ଦେଇଛନ୍ତି। ପୁଅକୁ ଖୋଜି ବାହାର କରିବା ଲାଗି ପୁଲିସକୁ ନିର୍ଦେଶ ଦେବା ଦାବିରେ ନଫିସ ୨୦୧୬ ନଭେମ୍ବରରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ତାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ସେପ୍ଟେମ୍ବର ୪ରେ ରାୟ ସଂରକ୍ଷିତ ରଖିଥିଲେ। ୨୦୧୭ ମେ’ ୧୬ରେ ନଜୀବଙ୍କର ସନ୍ଧାନ ଆରମ୍ଭ କରିଥିବା ସିବିଆଇ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ତଦନ୍ତ କରିବା ବେଳେ ସମସ୍ତ ସମ୍ଭାବ୍ୟ ଦିଗ ପ୍ରତି ଧ୍ୟାନ ଦେଇଛି। ନଜୀବ ନିଖୋଜ ହେବା ପଛରେ କୌଣସି ଅପରାଧ ଷଡ଼ଯନ୍ତ୍ର ନ ଥିବା ସିବିଆଇ ଦର୍ଶାଇଛି। ମାତ୍ର ନଜୀବ ନିଖୋଜ ହେବାର ଏହି ଦୁଇ ବର୍ଷ ମଧ୍ୟରେ ସିବିଆଇ ତଦନ୍ତ ପ୍ରକ୍ରିୟାରେ ବିଶେଷ କିଛି ଅଗ୍ରଗତି ହୋଇ ନ ଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଉଲ୍ଲେଖ ଯେ, ୨୦୧୬ ଅକ୍ଟୋବର ୧୫ରେ ଏବିଭିପିର କିଛି ଛାତ୍ରଙ୍କ ସହିତ ବିବାଦ ହେବା ପରେ ନଜୀବ ଜେଏନ୍‍ୟୁର ମହା ମନ୍ଦବି ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories