ଆସିଲା ପ୍ରଥମ ସିଏନଜି ସ୍କୁଟର, ଟ୍ୟାଙ୍କ ଫୁଲ କଲେ ଯିବ ୨୨୬ କି.ମି. !

ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ସିଏନଜି ସ୍କୁଟର ନେଇଆସିଛି ଟିଭିଏସ୍ କମ୍ପାନୀ । ଏହାର ନାଁ ଜୁପିଟର ସିଏନଜି ଯାହା ଗ୍ରାହକଙ୍କୁ କମ୍ ଖର୍ଚ୍ଚରେ ଅଧିକ ଯାତ୍ରା କରାଇପାରିବ । କୁହାଯାଉଛି କି ଡୁଆଲ-ଫ୍ୟୁଲ ସିଷ୍ଟମ ବିଶିଷ୍ଟ ଏହି ସ୍କୁଟରରେ ୧ କିଲୋମିଟର ଯିବାର ଖର୍ଚ୍ଚ ୧ ଟଙ୍କାରୁ ମଧ୍ୟ କମ୍ ଆସିବ । ଆସନ୍ତୁ ଜାଣିବା ଏହି ସ୍କୁଟର ସମ୍ପର୍କରେ..

ଟିଭିଏସ୍ ଜୁପିଟର ସିଏନଜିରେ ଡୁଆଲ ଫ୍ୟୁଲ ସିଷ୍ଟମ ଦିଆଯାଇଛି ଯେଉଁଥିରେ ୨ ଲିଟରର ପେଟ୍ରୋଲ ଟ୍ୟାଙ୍କ ଏବଂ ୧.୪ କିଲୋଗ୍ରାମର କମ୍ପ୍ରେସ୍ଡ ନାଚୁରାଲ ଗ୍ୟାସ୍ ଟ୍ୟାଙ୍କ ରହିଛି । କମ୍ପାନୀ କହିଛି କି ଫୁଲ ଟ୍ୟାଙ୍କ ସହିତ ସ୍କୁଟରର କମ୍ପାଇନ୍ଡ ରେଞ୍ଜ ୨୨୬ କିଲୋମିଟର । ସ୍କୁଟରରେ ଏୟାର-କୁଲ୍ଡ, ସିଙ୍ଗଲ ସିଲିଣ୍ଡର, ୧୨୪.୮ ସିସି ବାଇ-ଫ୍ୟୁଲ ଇଞ୍ଜିନ ମିଳିବ ଯାହା ୭.୨ ବିଏଚପିର ସର୍ବାଧିକ ପାଓ୍ବର ଓ ୯.୪ ଏନଏମର ପିକ୍ ଟର୍କ ଉତ୍ପନ କରିବ ।
ଫିଚର୍ସ ରୂପେ ଏଥିରେ ସେମି-ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର, ଅଲ୍ ଇନ୍ ଓ୍ବନ୍ ଲକ୍, ୟୁଏସବି ଚାର୍ଜିଂ ପୋର୍ଟ ଓ ଏଲଇଡି ହେଡଲ୍ୟାମ୍ପ ସାମିଲ । ଏହା ବ୍ୟତୀତ ଏଥିରେ ୧୨୫ ସିସି ସେଗମେଣ୍ଟରେ ସବୁଠାରୁ ବଡ ସିଟ୍ ମଧ୍ୟ ମିଳୁଛି ।

Comments are closed.