www.samajalive.in
Monday, December 8, 2025
27.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ଧନ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଅଗ୍ରଗାମୀ ହେବେ। ପ୍ରମଦପ୍ରିୟ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ବିଜ୍ଞ ବ୍ୟକ୍ତି ଭାବେ ସାମାଜିକ ସ୍ୱୀକୃତି ପାଇବେ।
ବୃଷ: କର୍ତ୍ତବ୍ୟ ପରାୟଣ ହୋଇ ଆଗକୁ ବଢ଼ିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଆନନ୍ଦ-ଉଲ୍ଲାସ ଲାଗି ରହିବ। ନୂତନ ଯୋଜନା ପ୍ରସ୍ତୁତ କରିବେ।
ମିଥୁନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସୁଲକ୍ଷଣୀ ପତ୍ନୀଙ୍କ ସହ ସଂପର୍କ ବୃଦ୍ଧି ହେବ। ଧନ ବୃଦ୍ଧିର ସୂଚନା ମିଳୁଛି। ମହତ୍‍ କାର୍ଯ୍ୟରେ ଅଭୀଷ୍ଟ ସିଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଦେବ-ଦ୍ୱିଜ ପରାୟଣ ହେବେ।
କର୍କଟ: ଯୁକ୍ତି-ତର୍କର ସମ୍ମଖୀନ ହୋଇପାରନ୍ତି। ସାମାନ୍ୟ ଶାରୀରିକ କ୍ଳେଶ ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ରୋଜଗାର ବ୍ୟବସାୟ ଲାଭ ହୋଇପାରେ। ସ୍ୱାଭିମାନୀ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗାମୀ ହୋଇପାରନ୍ତି। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ହେବେ।
କନ୍ୟା: ଯାତ୍ରା ଶୁଭଦାୟକ ହେବ। ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟରେ ଲାଭବାନ୍‍ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉପୁଜିଥିବା ସମସ୍ୟା ଦୂର ହେବ। ପଦୋନ୍ନତି ମିଳିପାରେ। ସଦ୍‍ଗୁଣର ବିକାଶ ଘଟିବ। ସାମାନ୍ୟ କ୍ଳେଶ ଭୋଗିବେ।
ତୁଳା: ନିର୍ଭୀକଭାବେ କାର୍ଯ୍ୟ ସମ୍ପାଦନ କରିବେ। ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ। ଆଦର ଅଭ୍ୟର୍ଥନା ପାଇ ଉତ୍‍ଫୁଲ୍ଲିତ ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ।
ବିଛା: ଶତ୍ରୁ ସହିତ ବିବାଦୀୟ ପରିସ୍ଥିତି ଉପୁଜି ପାରେ। ପ୍ରତିରୋଧର ସମ୍ମୁଖୀନ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ବହୁମିତ୍ରଙ୍କ ସାହାଯ୍ୟ ମିଳିବ। ଆତ୍ମଜଙ୍କ ସହିତ ସୁଖ ଭୋଗ କରିବେ। କୁଳ ପ୍ରଧାନ ହେବେ।
ଧନୁ: ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ଦିଗରୁ ସାହାଯ୍ୟପ୍ରାପ୍ତ ହୋଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ହେବ। କିଛି କ୍ଳେଶ ଭୋଗ କରିପାରନ୍ତି।
ମକର: ସ୍ୱଭାବରେ ସାମୟିକ ଅସ୍ଥିରତା ଦେଖା ଦେଇପାରେ। ଆଳସ୍ୟ ପରାୟଣ ହୋଇପାରନ୍ତି। ଉନ୍ନତି ପଥର ଯାତ୍ରୀ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ସୁଖ-ଶାନ୍ତି ମିଳିବ। ପ୍ରୀତିଲାଭ ହେବ।
କୁମ୍ଭ: ଜନ ସାଧାରଣଙ୍କ କଲ୍ୟାଣ ଭାଜନ ହେବେ। ମନ ପ୍ରସନ୍ନ ରହିବ। ସାଧନାରେ ସିଦ୍ଧି ଲାଭ କରିବେ। ପ୍ରୀତି ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନବାନ୍‍ ଓ ଗୁଣଜ୍ଞ ହେବେ। ନାନା ବିଭବରେ ମଣ୍ଡିତ ହେବେ। ଶ୍ରେଷ୍ଠତ୍ୱ ଲାଭ କରିବେ।
ମୀନ: ଘାତଚନ୍ଦ୍ର ଭୋଗ ହେତୁ ଶିବଙ୍କ ଆରାଧନା ଆବଶ୍ୟକ। ମନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଅଧିକ ବ୍ୟୟର ସମ୍ମୁୁଖୀନ ହେବେ। ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି। ଦେବଦ୍ୱିଜଙ୍କ ଭକ୍ତି ବଳରେ ଅସାଧ୍ୟ ସାଧନ କରିବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories