www.samajalive.in
Sunday, December 7, 2025
23.1 C
Bhubaneswar

ତ୍ରିପୁରା : ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅଗରତଲା : ଭୋଟ୍‌‌ ଦେଉଛି ତ୍ରିପୁରା। ଆଜି ତ୍ରିପୁରାରେ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ଆରମ୍ଭ ହୋଇଛି ମତଦାନ। ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ। ଅପରାହ୍ନ ୪ଟା ଯାଏଁ ମତଦାନ ଜାରି ରହିବ। ତ୍ରିପୁରାରେ ମୋଟ ୨୮.୧୩  ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରି ନେତା ଚୟନ କରିବେ। ମୋଟ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍‌‌ ହେବ। ମତଦାନ ପାଇଁ ୩,୩୩୭ ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। କେତେକ ସମ୍ବେଦପଶୀଳ ବୁଥ୍‌‌ ହୋଇ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତ୍ରିପୁରାବାସୀଙ୍କୁ ଟ୍ୱିଟ କରି କହିଛନ୍ତି, ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ଏବଂ ଗଣତନ୍ତ୍ରର ପର୍ବକୁ ମଜଭୂତ କରନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ତ୍ରିପୁରାର ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଏବଂ ଗଣତନ୍ତ୍ରର ପର୍ବକୁ ମଜଭୂତ କରିବାକୁ ଅନୁରୋଧ କରୁଛି। ଏହା ସହିତ ସେ କହିଛନ୍ତି ଯେ ମୁଁ ବିଶେଷ କରି ଯୁବବର୍ଗଙ୍କୁ ମତଦାନ ପାଇଁ ଅପିଲ୍‌‌ କରୁଛି।

- Advertisement -

ରାଜ୍ୟର ୬୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ୨୮.୧୩ ଲକ୍ଷ। ଶୃଙ୍ଖଳିତ ମତଦାନ ୩୧ହଜାର କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇଛି। ଏହା ସହିତ ୨୫ହଜାର ସୁରକ୍ଷା କର୍ମୀ ନିଯୁକ୍ତ କରାଯାଇଛି।

ଏହି ନିର୍ବାଚନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରୁ ୨୦ଜଣ ମହିଳା ପ୍ରାର୍ଥୀ। ଏଠାରେ ବିଜେପି ୫୫ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସହଯୋଗୀ ଆଇପିଏଫଟି ୫ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ସିପିଆଇ(ଏମ୍) ୪୭ଟି ଆସନ ଓ ସହଯୋଗୀ କଂଗ୍ରେସ ୧୩ଟି ଆସନରେ ପ୍ରାର୍ଥୀ ଦେଇଛି। ତୃଣମୂଳ କଂଗ୍ରେସ ୨୮ଟି ଆସନରେ ପ୍ରାର୍ଥୀ ଦେଇଛି। ଏହା ସହିତ ୫୮ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବାମଦଳର ୨୫ବର୍ଷ କ୍ଷମତାର ଅନ୍ତ ଘଟାଇ ୨୦୧୮ରେ ବିଜେପି ଏଠାରେ କ୍ଷମତା ଦଖଲ କରିଥିଲା

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories