www.samajalive.in
Monday, December 8, 2025
20.1 C
Bhubaneswar

ଗଛ କଟାକୁ ବିରୋଧ କରି ମହିଳା ଓ ପୁଲିସ ମୁହାଁମୁହିଁ

ଢେଙ୍କାନାଳ: ବାୟୁ ମଣ୍ଡଳରୁ ଅମ୍ଳଜାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏଣୁ  ରାଜ୍ୟ ଓ କେନ୍ଦ୍ର ସରାକର ବୃକ୍ଷ ରୋପଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ହେଲେ ଅନ୍ୟପଟରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ବେଧଡକ ଗଛ କାଟିବା ପାଇଁ ରାଜ୍ୟ ସରାକର ଅନୁମତି ଦେଇଛନ୍ତି । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ଜିଲା ପ୍ରଶାସନ । ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଜଙ୍ଗଲରୁ ପ୍ରାୟ ୯୫୮ଟି ବଡ଼ ଗଛ କଟାଯାଉଛି । ଏହାକୁ ସ୍ଥାନୀୟ ଲୋକ ବିରୋଧ କରିବାରୁ ସେମାନଙ୍କୁ ଲାଠି ପାହାର ମଧ୍ୟ ଖାଇବାକୁ ପଡିଛି । ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।

ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ ଗଛ କଟା ବେଧଡକ ଚାଲିଛି  । ଏହାକୁ ବିରୋଧ କରି ପୁଲିସ ଓ ସ୍ଥାନୀୟ ମହିଳା ମୁହାଁମୁହିଁ ହୋଇଛନ୍ତି । ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଶନିବାର ଜମି ଅଧିଗ୍ରହଣ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ । ମହିଳାମାନେ ହାତରେ ଠେଙ୍ଗା ଧରି ଗଛ କଟାକୁ ବିରୋଧ କରିଛନ୍ତି । ପୁଲିସ ଓ ମହିଳାଙ୍କ ଧସ୍ତାଧସ୍ତି ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ମହିଳାମାନେ ଗଛକୁ ଜାବୁଡି ଧରି ଗଛ କାଟିବାକୁ ଦେଉ ନଥିବା ଦେଖିବାକୁ ମିଳିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories