www.samajalive.in
Monday, December 8, 2025
20.1 C
Bhubaneswar

ଯୁବକଙ୍କ ଉଦ୍ୟମରେ ଆହତ ଷଣ୍ଢର କରାଗଲା ଚିକିତ୍ସା

ହରଭଙ୍ଗା : ମଣିଷ ସହିତ ଗୃହପାଳିତ ପ୍ରାଣୀ ସମ୍ପର୍କ ଆଜିବି ଅତୁଟ ରହିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ  ଦେଖିବାକୁ ମିଳିଛି ହରଭଙ୍ଗାରେ। ଗତ ଜୁଲାଇ ୪ ତାରିଖ ଦିନ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଛକରେ ଥିବା ଏକ ଖୋଲା କୂଅରେ ଏକ ବୁଲା ଷଣ୍ଢ ପଡ଼ି ଆହତ ହୋଇଥିଲା। ଷଣ୍ଢ ଟିକୁ ସ୍ଥାନୀୟ ଲୋକ ଓ ହରଭଙ୍ଗା ଦମକଳ ବାହିନୀର ସହଯୋଗରେ ବାହାରକୁ ଅଣା ଯାଇଥିଲା। କୂଅରେ ପଡ଼ି ଷଣ୍ଢଟିର ଆଗ ବାମ ଗୋଡ଼ଟି କ୍ଷତାକ୍ତ ହୋଇ ଯାଇଥିଲା  । କ୍ଷତାକ୍ତ ଯୋଗୁ  ଷଣ୍ଢଟି ଚରା ବୁଲା କରିପାରୁ ନଥିଲା। ସ୍ଥାନୀୟ ଯୁବକ ଅଜିତ ଦାସ, ଦିବାକର ବେହେରା, ବାବୁଲା ନାୟକ, ଧରଣୀ ବେହେରା, ନବୀନ ବେହେରାଙ୍କ ସହଯୋଗରେ ମୈତ୍ରୀ ରଞ୍ଜନ  ଅମାତଙ୍କୁ ଡକାଇ ଆହତ ଷଣ୍ଢଟିର ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories