www.samajalive.in
Monday, December 15, 2025
14.1 C
Bhubaneswar

ଯୁବକଙ୍କ ଉଦ୍ୟମରେ ଆହତ ଷଣ୍ଢର କରାଗଲା ଚିକିତ୍ସା

ହରଭଙ୍ଗା : ମଣିଷ ସହିତ ଗୃହପାଳିତ ପ୍ରାଣୀ ସମ୍ପର୍କ ଆଜିବି ଅତୁଟ ରହିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ  ଦେଖିବାକୁ ମିଳିଛି ହରଭଙ୍ଗାରେ। ଗତ ଜୁଲାଇ ୪ ତାରିଖ ଦିନ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଛକରେ ଥିବା ଏକ ଖୋଲା କୂଅରେ ଏକ ବୁଲା ଷଣ୍ଢ ପଡ଼ି ଆହତ ହୋଇଥିଲା। ଷଣ୍ଢ ଟିକୁ ସ୍ଥାନୀୟ ଲୋକ ଓ ହରଭଙ୍ଗା ଦମକଳ ବାହିନୀର ସହଯୋଗରେ ବାହାରକୁ ଅଣା ଯାଇଥିଲା। କୂଅରେ ପଡ଼ି ଷଣ୍ଢଟିର ଆଗ ବାମ ଗୋଡ଼ଟି କ୍ଷତାକ୍ତ ହୋଇ ଯାଇଥିଲା  । କ୍ଷତାକ୍ତ ଯୋଗୁ  ଷଣ୍ଢଟି ଚରା ବୁଲା କରିପାରୁ ନଥିଲା। ସ୍ଥାନୀୟ ଯୁବକ ଅଜିତ ଦାସ, ଦିବାକର ବେହେରା, ବାବୁଲା ନାୟକ, ଧରଣୀ ବେହେରା, ନବୀନ ବେହେରାଙ୍କ ସହଯୋଗରେ ମୈତ୍ରୀ ରଞ୍ଜନ  ଅମାତଙ୍କୁ ଡକାଇ ଆହତ ଷଣ୍ଢଟିର ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories