www.samajalive.in
Tuesday, December 9, 2025
16.1 C
Bhubaneswar

ରେଳ ଦୁର୍ଘଟଣା : ଦୋଷୀଙ୍କୁ ଆଦୌ କ୍ଷମା ନାହିଁ – ପ୍ରଧାନମନ୍ତ୍ରୀ

ଡେସ୍କ : ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀଙ୍କୁ ଆଦୌ କ୍ଷମା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଓ ସହାୟତାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ସେବା କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଲୋକଙ୍କୁ ପ୍ରଣାମ କରିଛନ୍ତି । ବିପଦ ସମୟରେ ଲୋକମାନେ ଯେଭଳି ସେବା କରିଛନ୍ତି, ଶ୍ରୀ ମୋଦୀ ତାକୁ ସାଲ୍ୟୁଟ କରିଛନ୍ତି । ରକ୍ତ ଦାନ ଠାରୁ ଆରମ୍ଭ କରି ଉଦ୍ଧାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗକୁ ଯେତେ ପ୍ରଶଂସା  କଲେ କମ୍ ହେବ ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳ ଉଦ୍ଧାର କାର୍ଯ୍ୟ ପାଇଁ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ  ପ୍ରଶଂସା କରିଛନ୍ତି ।

- Advertisement -

ଗଣମାଧ୍ୟମକୁ ବକ୍ତବ୍ୟ ପ୍ରଦାନ ସମୟରେ ପ୍ରଧାନମନ୍ତ୍ରୀ ବେଶ ଭାବପ୍ରବଣ ହୋଇପଡିବା ସହ ଏଭଳି ଏକ ଦୁଃଖଦ ଘଟଣାକୁ ପ୍ରକାଶ କରିବାକୁ ମୁଁ ଭାଷା ପାଉନି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଏଭଳି ଘଟଣା ଆମକୁ ଅନେକ କିଛି ଶିକ୍ଷା ଦେଇଛି। ତେବେ ଲୋକଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗା ରେଳ ଦୁର୍ଘଟଣାସ୍ଥଳରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଆହତ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶନିବାର ଅପରାହ୍ଣରେ ବାହାନଗା ଦୁର୍ଘଟଣାରେ ଗୁରୁତର ଓ ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ସାକ୍ଷାତ କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories