www.samajalive.in
Monday, December 8, 2025
27.1 C
Bhubaneswar

ଉଦଘାଟନର ଦିନକ ପରେ ‘ବନ୍ଦେ ଭାରତ’ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମଧ୍ୟମ ହାଇସ୍ପିଡ୍‍ ଟ୍ରେନ୍‍ ‘ବନ୍ଦେ ଭାରତ’ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର ଦିନକ ପରେ  ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଦିଲ୍ଲୀରୁ ଟ୍ରେନଟି ଏହାର ପ୍ରଥମ ଯାତ୍ରା ଆରମ୍ଭ କରିବା ଲାଗି ବାରାଣସୀରୁ ଆସୁଥିବାବେଳେ ଏହି ସମସ୍ୟା ଦେଖାଯାଇଛି। ଶନିବାର ସକାଳେ ଟ୍ରେନ ଦିଲ୍ଲୀ ଅଭିମୁଖେ ବାହାରିଥିଲା। କିନ୍ତୁ ଦିଲ୍ଲୀଠାରୁ ୨୦୦ କି.ମି. ଦୂରରେ ଏହାର ଶେଷ ବଗିର ବ୍ରେକ ଜାମ ହୋଇଯିବା ଫଳରେ ଖଡ଼ଖଡ଼ ଶବ୍ଦ ହୋଇଥିଲା। ପରେ ଶେଷ ୪ଟି ବଗିର ତଳ ଭାଗରୁ ଧୂଆଁ ବାହାରିବା ସହ କିଛି ପୋଡ଼ିଯିବାର ଦୁର୍ଗନ୍ଧ ସୃଷ୍ଟି ହୋଇଥିଲା। ପରେ ସମସ୍ତ ବଗିରୁ ବିଦ୍ୟୁତ ଚାଲିଯାଇଥିଲା। ଟ୍ରେନର ଯନ୍ତ୍ରୀମାନେ ଘଣ୍ଟା ପ୍ରତି ୧୦ କି.ମି. ବେଗରେ ପୁଣି ଟ୍ରେନ ଷ୍ଟାର୍ଟ କରାଇଥିଲେ। ପରେ ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ପରେ ଟ୍ରେନଟିକୁ ଘଣ୍ଟା ପ୍ରତି ୪୦ କି.ମି. ବେଗରେ ଦିଲ୍ଲୀ ଅଭିମୁଖେ ନିଆଯାଇଥିଲା। ସୂଚନାମୁତାବକ, ‘ବନ୍ଦେ ଭାରତ’ ଏକ୍ସପ୍ରେସ ରବିବାରଠାରୁ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିବାର ଥିଲା। ଏଥିପାଇଁ ବହୁ ଯାତ୍ରୀ ଟିକେଟ ବୁକିଂ କରିଛନ୍ତି। କିନ୍ତୁ ଟ୍ରେନରେ ତ୍ରୁଟି ଦେଖାଦେଇଥିବାରୁ ରବିବାର ଏହାର ପ୍ରଥମ ଯାତ୍ରା ନେଇ ଆଶଙ୍କା ପ୍ରକାଶ ପାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories