www.samajalive.in
Sunday, December 7, 2025
15.1 C
Bhubaneswar

ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍- ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି ପଦକ୍ଷେପ ସଂପ୍ରତି ଟିପିଏସ୍ଓଡିଏଲରେ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସହଭାଗିତାରେ କମ୍ପାନୀ ଏହି କେନ୍ଦ୍ରକୁ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛି । ପ୍ରଶିକ୍ଷଣ ଦେଇ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ଏହି କେନ୍ଦ୍ରର ଲକ୍ଷ୍ୟ ଅଟେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଧର୍ମପତ୍ନୀ ମତୀ ମଞ୍ଜୁ ଗର୍ଗ, ବିଜୟ ପ୍ରକାଶ ଶର୍ମା, ଚିଫ୍ କମର୍ସିଆଲ ଅଫିସର, ଟିପିଏସ୍ଓଡିଏଲ୍ ଓ ଶ୍ରୀ ଅଜୟ କୁମାର ଦାଶ, ବ୍ଲକ୍ ପ୍ରୋଜେକ୍ଟ କୋର୍ଡିନେଟର, ଓଡ଼ିଶା ଜୀବିକା ମିଶନ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

‘ଅନୋଖା ଧାଗା’ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ଗ୍ରାମାଞ୍ଚଳ ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତି ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି । ମହିଳାମାନେ ସିଲେଇ ପ୍ରଶିକ୍ଷଣ ନେବାଠାରୁ ଆରମ୍ଭ କରି ଉଦ୍ୟୋଗ ସୃଷ୍ଟି କରିବା ଓ ଏହାକୁ ସଫଳତାପୂର୍ବକ ଚଳାଇବା ନିମନ୍ତେ ଆବଶ୍ୟକ ବିଭିନ୍ନ ପ୍ରକାର ଆନୁଷଙ୍ଗିକ ସହାୟତା କମ୍ପାନୀ ପକ୍ଷରୁ ପ୍ରଦାନ କରାଯିବ । ସେହିଭଳି ବ୍ୟବସାୟ କିଭଳି ପରିଚାଳିତ ହୁଏ ସେନେଇ ମଧ୍ୟ ମହିଳାମାନଙ୍କୁ ତାଲିମ ଦିଆଯିବ ।

ରଙ୍ଗେଇଲୁଣ୍ଡା ବ୍ଲକ୍ ର ୫ଟି ପଞ୍ଚାୟତର ମହିଳାମାନେ ଏହି କେନ୍ଦ୍ରରୁ ତାଲିମ ନେବେ; ଗଞ୍ଜୁ, କରାପଲ୍ଲୀ, ନାରାୟଣପୁର, ବକ୍ସିପଲ୍ଲୀ ଓ ମାଣ୍ଡିଆପଲ୍ଲୀ । ଏବେ, ୩ଟି ବ୍ୟାଚ୍ ରେ ସମୁଦାୟ ୭୦ ଜଣ ମହିଳା ସିଲେଇ ପ୍ରଶିକ୍ଷଣ ନେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ, ଶ୍ରୀମତୀ ଅହଲ୍ୟା ସାହୁ କହିଛନ୍ତି ଯେ, ‘’ଏହି କେନ୍ଦ୍ରରୁ ଆମେ ସିଲେଇ ଶିଖୁଛୁ । ଆଗାମୀ ଦିନରେ ବ୍ୟବସାୟ ମଧ୍ୟ କରିବୁ । କପଡ଼ା ବିକ୍ରି ପାଇଁ ବଜାର ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଉଛି । ମୁଁ ବହୁତ ଖୁସି ଓ ଗର୍ବିତ । ସବୁଠାରୁ ବଡ଼ କଥା ମୁଁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାଧୀନ ହେବାକୁ ଯାଉଛି ।‘’

କମ୍ପାନୀ ଏହି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ବଜାର ଯୋଗାଇଦେବା ଦିଗରେ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ବଡ଼ ବେପାରୀମାନଙ୍କ ସହ ଯୋଗାଯୋଗ ରଖି ଉତ୍ପାଦକୁ ବିକ୍ରି କରିବା ନେଇ ଏକ ଲିଙ୍କେଜ୍ ବ୍ୟବସ୍ଥା ପ୍ରତିଷ୍ଠା କରୁଛି । ଯାହାଫଳରେ ତାଲିମ ଶେଷ କରି ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମ ଶେଷରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ସାମାଜିକ ତଥା ଆର୍ଥିକ ପ୍ରଗତି ଦିଗରେ ନିଜର ଉଦ୍ୟମ ଜାରି ରଖିଛି । ‘ଅନୋଖା ଧାଗା’ ଭଳି କାର୍ଯ୍ୟକ୍ରମ କମ୍ପାନୀର ଏହି ଦିଗରେ ଥିବା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories