www.samajalive.in
Tuesday, December 9, 2025
16.1 C
Bhubaneswar

ନିଜ ଦୋକାନ ଚକଚକ, ରାସ୍ତା ଉପରେ ପାର୍କିଂ

ଟିଟିଲାଗଡ଼: ରାଜ୍ୟର ଅନ୍ୟତମ ବୃହତ ଉପଖଣ୍ଡ ତଥା ପଶ୍ଚିମ ଓଡିଶାର ଏକ ପ୍ରମୁଖ ରେଳବାଇ ଜଙ୍କସନ ଟିଟିଲାଗଡ ସହରରେ ଟ୍ରାଫିକ ଅବ୍ୟବସ୍ଥା କହିଲେ କୂଳକୁଟୁମ୍ବକୁ ଲାଜ। ପୌର ପରିଷଦ ତଥା କିଛି ଅସାଧୁ ଟାଉନ ପ୍ଲାନିଙ୍ଗ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ପାଇ ରାଜରାସ୍ତା ଉପରେ ବ୍ୟବସାୟିକ ପ୍ରତିଷ୍ଠାନ ଗଢିଉଠିଛି। ସହରରେ ରହିଥିବା ବ୍ୟାଙ୍କ ପ୍ରତିଷ୍ଠାନ ଗୁଡିକ ସହ ଅନେକ ହୋଟେଲ, ମଲ, ଦୋକାନବଜାର ପୁରାପୁରି ଭାବରେ ରାସ୍ତାକୁ ଓଗାଳି ନିଜ ବ୍ୟବସାୟ ଜମାଇଛନ୍ତି। ଏପରିକି ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଦୋକାନ ସମ୍ମୁଖକୁ ଯାନାବାହାନ ମୁକ୍ତ ଚକଚକ ରଖିଥିବା ବେଳେ ରୋଡ ଉପରେ ଗ୍ରାହକ ପାର୍କିଂ କରୁଥିବା ଆଲୋଚନାର ବିଷୟ ହୋଇଛି। ଏନେଇ ସହରର ମୁଖ୍ୟ ରାସ୍ତା ତଥା ଛକ ସ୍ଥାନ ଗୁଡିକରେ ମଧ୍ୟ ଦୁଇଟି ଭାରି କିମ୍ବା ହାଲୁକା ଯାନ ପରସ୍ପରକୁ ଅତିକ୍ରମ କରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି। ଅନେକ ସମୟରେ ଲୋକେ ଚାଲି ଚାଲି ରାସ୍ତାରେ ଯିବାକୁ କଷ୍ଟ ହେଉଛି। ଏଭଳି ସ୍ଥିତିରେ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଲିବା ନେଇ ପୁଲିସ ପ୍ରଶାସନ ହାତ ଟେକି ଦେଇଥିବା ଆଲୋଚନା ହୋଇଛି। ଅପରପକ୍ଷରେ ସହରର ରାସ୍ତା ଗୁଡିକୁ ଅତିକ୍ରମଣ ହଟାଇବାକୁ ଟିଟିଲାଗଡ ନୁତନ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଅଦ୍ୟାବଧି ମାତ୍ର ୧୦ ପ୍ରତିଶତ ଅଂଚଳରେ ପ୍ରଶାସନ ରାସ୍ତା ଅତିକ୍ରମଣ ଉଚ୍ଛେଦ ପାଇଁ ସଫଲ ହୋଇଥିବା ବେଳେ ଆଗକୁ ଅନେକ ପ୍ରତିବନ୍ଧକ ରହିଥିବା ନେଇ ବାରମ୍ବାର ପ୍ରଶାସନ ଅଟକି ଯାଉଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ପ୍ରତିଷ୍ଠାନ ଗୁଡିକ ଅହେତୁକ ଭାବରେ ନିଜ ପାର୍କିଂ ବ୍ୟବସ୍ଥା ନକରି ରାସ୍ତାକୁ ମାଡି ଖୋଲାଯାଇଛି। ଭେଣ୍ଡିଂ ଜୋନ ଅଭାବରୁ ବିଶେଷ କରି ପରିବା ବଜାର ରାସ୍ତା ଉପରେ ବସିଛି। ଏନେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସହର ରାସ୍ତାଗୁଡିକୁ ଅତିକ୍ରମଣ ମୁକ୍ତ କରାଗଲେ ଟ୍ରାଫିକ ସମସ୍ୟା ଶୀଘ୍ର ସୁଧୁରିବ ବୋଲି ସହରବାସୀଙ୍କ ମଧ୍ୟରେ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories