ଟିଟିଲାଗଡ:ସ୍ଥାନୀୟ ଶ୍ରୀଶ୍ରୀ ଦଧିବାମନ ଶ୍ରୀ ଧବଳେଶ୍ୱର ଟ୍ରଷ୍ଟ ଆନୁକୂଲ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ଆଜି ମହାସମାହରେ ଅନୁଷ୍ଠିତ ହୋଇଛି। ଝିପିଝିପି ବର୍ଷା ସତ୍ୱେ ବଡ଼ଦାଣ୍ଡରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଆଦି ନୀତିକାନ୍ତ ସମ୍ପନ୍ନ ପରେ ଟ୍ରଷ୍ଟ ସଭାପତି ତଥା ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଉପସଭାପତି ତଥା ବିଧାୟକ ନବୀନ ଜୈନ, ସେବାୟତ କମ୍ବୁପାଣି ପାଢ଼ୀ, ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ଭବାନୀ ପ୍ରସାଦ ହୋତା, ବିକାଶ ପାଢ଼ୀ, ସନତ ପାଢ଼ୀ ପ୍ରମୁଖ ପାଢ଼ୀ ପରିବାର ସଦସ୍ୟ ସନ୍ଧ୍ୟା ପ୍ରାୟ 5ଟାରେ ତିନି ଠାକୁରଙ୍କୁ ପହଣ୍ଡିରେ ଆଣି ରଥାରୁଢ଼ କରିଥିଲେ।
ରଥକୁ ଭକ୍ତଙ୍କ ଗହଣରେ ପୁରୁଣା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଟାଣି ଆଣିଵା ପରେ ସେଠାରେ ମହାପ୍ରଭୁ ରାତ୍ରୀ ରହଣି କରିଛନ୍ତି। ଆସନ୍ତା କାଲି ତିନି ଠାକୁରଙ୍କୁ ନେଇ ରଥ ମାଉସୀ ମନ୍ଦିର ପହଞ୍ଚିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୌରାଧ୍ୟକ୍ଷା ମମତା ଜୈନ, ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର, ଏସଡିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଅବନୀ ସାହୁ, ଅଲେଖ ଦଳବେହେରା, ତ୍ରିନାଥ ସରାଫ, ଧୂବଲେ ଦଳବେହେରା, ରାଜେଶ ପ୍ରଧାନ, ସୁବୋଧ ଦାଶ, ଅଲେଖ ଦଳବେହେରା, ଭୁପତି ବାରିକ, ଦୁର୍ଯ୍ୟୋଧନ ସାହୁ, ରାଜୁ ସିଂ ପାତ୍ର ପ୍ରମୁଖ ସହାୟତା କରିଥିଲେ।



