www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ଉପାୟରେ ଭଲ ସମୟରେ ବଦଳିଯିବ ,ଖରାପ ସମୟ..

ଅନେକ ସମୟରେ ଏପରି ଦେଖାଯାଏ, ଆପଣଙ୍କ ଜୀବନରେ ଖରାପ ସମୟ ଲାଗି ରହିଥାଏ। ତେବେ ନିୟମିତ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ମଣିଷର ଖରାପ ସମୟ ମଧ୍ୟ ଭଲ ସମୟରେ ପରିଣତ ହୋଇଥାଏ।
ଅନେକ ସମୟରେ ବାରମ୍ବାର ଚେଷ୍ଟା କରିବା ସତ୍ତେ୍ୱ ଅଭାବ,ଖରାପ ସମୟ ମଣିଷର ପିଛା ଛାଡିନଥାଏ। ଜୀବନଯାକ ସମସ୍ୟା ଓ ସଂଘର୍ଷ ଲାଗି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ସବୁ ଉପାୟ ଆପଣାଇବା ଦ୍ୱାରା ମଣିଷର ଖରାପ ସମୟ ମଧ୍ୟ ଭଲ ସମୟରେ ପରିଣତ ହୋଇଥାଏ। ଜାଣନ୍ତୁ..
ସର୍ବ ପ୍ରଥମେ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିଜ ହସ୍ତର ପାପୁଲି ଦେଖନ୍ତୁ। ଏହାପରେ ‘ଓଁ କରାଗ୍ରେ ବସତେ ଲକ୍ଷ୍ମୀ,କରମଧ୍ୟେ ସରସ୍ୱତୀ କରମୁଲେଃ ତୁ ଗୋବିନ୍ଦାଃ ପ୍ରଭାତେ କର ଦର୍ଶନମ୍‌‌’ମନ୍ତ୍ରର ଜପ କରନ୍ତୁ।
କୁହାଯାଏ, ହସ୍ତର ପାପୁଲିରେ ଗ୍ରହ ଓ ଦେବୀଦେବତାଙ୍କ ବାସ ରହିଛି। ଏହି କାରଣରୁ ପାପୁଲିକୁ ଦେଖିଲେ ସମସ୍ତ ଦେବୀଦେବତାଙ୍କ ଦର୍ଶନ ହୋଇଥାଏ ,ଦିନଯାକ ଭଲରେ ଅତିବାହିତ ହୋଇଥାଏ।
ହିନ୍ଦୁ ଧର୍ମରେ ଗାଈଙ୍କୁ ପୂଜନୀୟ କୁହାଯାଏ। ଏହାସହ ମାନ୍ୟତା ଅନୁଯାୟୀ ଗୋ ମାତାଙ୍କ ଦେହରେ ୩୩ କୋଟି ଦେବୀଦେବତାଙ୍କ ବାସ ରହିଛି। ତେଣୁ ସକାଳେ ପ୍ରଥମେ ଗାଈଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।
ନିୟମିତ ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଘିଅର ଦୀପ ଜଳାଇ ଘରର ସୁଖସମୃଦ୍ଧି କାମନା କରନ୍ତୁ।
ପ୍ରତ୍ୟେକ ଶୁକ୍ରବାର ଭଗବାନ ବିଷ୍ଣୁଙ୍କୁ ତୁଳସୀ ଦଳ ଅର୍ପଣ କରନ୍ତୁ।
ପ୍ରଭୁ ହନୁମାନଙ୍କୁ ସଙ୍କଟମୋଚନ କୁହାଯାଏ। ପ୍ରତ୍ୟେକ ଦିନ ସକାଳେ ହନୁମାନ ଚାଳିଶା ପାଠ କରନ୍ତୁ।
ଗୁରୁବାର ଦିନ ପୂଜା କାର୍ଯ୍ୟରେ ହଳଦିଆ ରଙ୍ଗର ଫୁଲ, ଚଣା ଡ଼ାଲି, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ହଳଦିଆ ବସ୍ତ୍ର ଓ ଫୁଲ ଧାରଣ କରିପାରିବେ।
ଏହିଦିନ କେସର ତିଲକ ମସ୍ତକରେ ନିଶ୍ଚୟ ଲଗାନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories