www.samajalive.in
Sunday, December 7, 2025
14.1 C
Bhubaneswar

ଗୁରୁବାର ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ

ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଏ। ଏହି ପରମ୍ପରା ବହୁ ପୁରାତନ କାଳରୁ ଆରମ୍ଭ ହୋଇଛି। ଜାଣନ୍ତୁ କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ….
ରବିବାର – ରବିବାର ଦିନ ସୂର୍ଯ୍ୟଙ୍କର ଅଧିକ ପ୍ରଭାବ ଥାଏ। ଏହି ବାରରେ କୌଣସି ରୋଗ ପାଇଁ ନୂତନ ଔଷଧ ଆରମ୍ଭ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ। ନୂତନ ଯାନ ମଧ୍ୟ ଏହି ଦିନ କିଣିପାରିବେ। ଏହି ଦିନ ସୁନା, ତମ୍ବା କିଣିପାରିବେ ଓ ଧାରଣ ମଧ୍ୟ କରିପାରିବେ। ବିଦ୍ୟୁତ ଉପକରଣ ମଧ୍ୟ କିଣିପାରିବେ।
ସୋମବାର – ସୋମବାର ଦିନ କୃଷି ସମ୍ବନ୍ଧୀୟ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ। ବସ୍ତ୍ର-ଆଭୂଷଣ ମଧ୍ୟ କିଣିପାରିବେ।
ମଙ୍ଗଳବାର – ମଙ୍ଗଳବାର ଦିନ ଋଣ ଆଣନ୍ତୁ ନାହିଁ। କାରଣ ଏହା ସୁଝିବା ପାଇଁ କଷ୍ଟ ହୋଇଥାଏ।
ବୁଧବାର – ବୁଧବାର ଦିନ ବିଦ୍ୟା, ଅଧ୍ୟୟନ, ପାଠ୍ୟ ଉପକ୍ରମ କିଣନ୍ତୁ। ଏହି ଦିନ ଧନ ସଞ୍ଚୟ କରିଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ଗୁରୁବାର – ଗୁରୁବାର ଖୁବ ଶୁଭବାର ଅଟେ। ଏହି ଦିନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ, ଆଇନ କାର୍ଯ୍ୟ, ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ।
ଶୁକ୍ରବାର – ଶୁକ୍ରବାର ଦିନ ମିତ୍ରତା, କୃଷି ଆଦି କରିବା ଶୁଭ ହୋଇଥାଏ।
ଶନିବାର – ଶନିବାର ଦିନ ଗୃହପ୍ରବେଶ, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। ଏହି ଦିନ ତେଲ, କାଠ, କୋଇଲା, ଲୁଣ, ଲୁହାରେ ନିର୍ମିତ ବସ୍ତୁ କିଣନ୍ତୁ ନାହିଁ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories