www.samajalive.in
Thursday, December 11, 2025
26.1 C
Bhubaneswar

କନ୍ଧ ସମ୍ପ୍ରଦାୟର ଦୁଇ ପ୍ରାଚୀନ ପୀଠ ଅବହେଳିତ

ବୌଦ୍ଧ: ଜିଲାର ଆଦିମ ଜନଜାତି ମଧ୍ୟରେ କନ୍ଧ ସମ୍ପ୍ରଦାୟ ଅନ୍ୟତମ। ଏହି କନ୍ଧ ସମ୍ପ୍ରଦାୟର ବାର ଭାୟା ବତିଶି କନ୍ଧ ମାଟି ଭାବେ ପରିଚିତ ବାଘଝିର ପ୍ରଗଣା ଓ ଘାଟିତଳ ମୁଠାରେ ରହିଛି ଦୁଇ ପ୍ରାଚୀନ ପୀଠ। ଯାହା ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି। କନ୍ଧ ସମ୍ପ୍ରଦାୟର ଏହି ଦୁଇ ପୀଠରେ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ସରକାର, ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହୋଇଛି । ଜିଲାର ବିଭିନ୍ନ ଦେବଦେବୀଙ୍କ ପୀଠ ମଧ୍ୟରେ କନ୍ଧ ସମ୍ପ୍ରଦାୟର ଆରାଧ୍ୟ ଦେବୀଙ୍କ ପୀଠ ଅନ୍ୟତମ।

ବୌଦ୍ଧ ଜିଲାର ଆଦିମ ଜନଜାତିଙ୍କ ମଧ୍ୟରେ କନ୍ଧ ସମ୍ପ୍ରଦାୟ କାଳ କାଳରୁ ବସବାସ କରିଆସୁଛନ୍ତି। ଜିଲାର ବାଘଝିର ପ୍ରଗଣା ଯାହା ବର୍ତ୍ତମାନର ମୁଣ୍ଡାପଡା ଭାବରେ ପରିଚିତ, ସେଠାରେ ରହିଛି କନ୍ଧ ସମ୍ପ୍ରଦାୟର ଆରାଧ୍ୟ ଦେବୀ ମାଆ ଆଦିଶକ୍ତିଙ୍କ ପୀଠ। ଏକ ପିପ୍ପଳ ବୃକ୍ଷ ମୂଳରେ ଖୋଲା ଆକାଶ ତଳେ କାହିଁ କେଉଁ କାଳରୁ ଏଠାରେ ମାଆ ପୂଜାପାଇ ଆସୁଛନ୍ତି। ମାଆଙ୍କ ନିକଟରେ କନ୍ଧ ସମ୍ପ୍ରଦାୟର ବ୍ୟବହୃତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଥାଏ। ଏହାଛଡା ଏଠାରେ ଦେବୀଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ପାରମ୍ପରିକ ଲୋକ ବାଦ୍ୟ ମଧ୍ୟରେ ବାଉଁଶ ନଳାରେ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ରନ୍ଧା ମଦକୁ ଅର୍ପଣ କରାଯାଇଥାଏ। ବିଭିନ୍ନ ସମୟରେ ଏହି ପ୍ରସିଦ୍ଧ ଶକ୍ତିପୀଠକୁ ନେତା ମନ୍ତ୍ରୀ ଗସ୍ତ କରି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ତେବେ ଏହି ପ୍ରାଚୀନ ପୀଠ ଏବେ ଅବହେଳିତ ହୋଇ ପଡ଼ିରହିଛି।

- Advertisement -

ମାଆଙ୍କ ପାଇଁ ମନ୍ଦିରଠାରୁ ଆରମ୍ଭ କରି ଏହାର ଆଖପାଖ ପରିବେଶ ବିଭିନ୍ନ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି। ସେହିପରି ବୌଦ୍ଧ ଜିଲାର ସୀମାନ୍ତରେ ଥିବା ଟିକରପଡା ପଞ୍ଚାୟତର ବରପଦରର ସିଂହାସିନୀ ଅନ୍ୟତମ। କନ୍ଧ ସମ୍ପ୍ରଦାୟର ଆରାଧ୍ୟ ଦେବୀ ସିଂହାସିନୀଙ୍କ ପ୍ରସିଦ୍ଧ ପୀଠକୁ ପ୍ରାୟ ଆଠଟି ଜିଲାର ଶ୍ରଦ୍ଧାଳୁ ବିଭିନ୍ନ ସମୟରେ ଆସିଥାନ୍ତି। ଏଠାରେ ମଧ୍ୟ ଦେବୀଙ୍କ କୌଣସି ସ୍ଥାୟୀ ମନ୍ଦିର କିମ୍ବା ଅନ୍ୟ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇ ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅବଶ୍ୟ ବିଳମ୍ବରେ ହେଲେବି ବର୍ତ୍ତମାନ ଉକ୍ତ ସ୍ଥାନକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ ହୋଇଛି। ତେବେ କନ୍ଧ ସମ୍ପ୍ରଦାୟର ଏହି ଦୁଇ ପ୍ରାଚୀନ ଶକ୍ତି ପୀଠର ବିକାଶ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories