www.samajalive.in
Monday, December 8, 2025
27.1 C
Bhubaneswar

‘ଦି ତାଶକେଣ୍ଟ ଫାଇଲ୍ସ’ର ନିରାଶାଜନକ ଆୟ : ଦୁଇ ଦିନରେ କୋଟିଏ

ମୁମ୍ବଇ : ବହୁ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ତାଶକେଣ୍ଟ ଫାଇଲ୍ସ’ ବକ୍ସ ଅଫିସରେ ଆରମ୍ଭରୁ ନିରାଶାଜନକ ଆୟ କରିଛି। ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ଏହା ପ୍ରାୟ ୩୬ ଲକ୍ଷ ଓ ଦ୍ୱିତୀୟ ଦିନ ୭୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ତେବେ ଚଳଚ୍ଚିତ୍ର ଦୁଇ ଦିନରେ ସମୁଦାୟ ୧ କୋଟି ୬ ଲକ୍ଷ ଟଙ୍କା ଆୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟର ଜରିଆରେ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଦ୍ୱିତୀୟ ଦିନରେ ଚଳଚ୍ଚିତ୍ରର ଆୟରେ ବୃଦ୍ଧି ଘଟିଛି। ହେଲେ ତୃତୀୟ ଦିନ ଓ ସପ୍ତାହର ବାକି ଦିନରେ ମଧ୍ୟ ଏହାର ଆୟରେ ଉନ୍ନତି ହେବା ଆବଶ୍ୟକ, ତେବେ ଯାଇ ଚଳଚ୍ଚିତ୍ର ସନ୍ତୁଷ୍ଟିଜନକ ବ୍ୟବସାୟ କରିବାରେ ସଫଳ ହେବ। ତେବେ ରବିବାର ଚଳଚ୍ଚିତ୍ରର ଆୟ ବୃଦ୍ଧି ପାଇବାର ଆଶା ରହିଛି ବୋଲି ତରଣ କହିଛନ୍ତି।

ସୂଚନାଯୋଗ୍ୟ, ଚଳଚ୍ଚିତ୍ରର ବଜେଟ୍‍ ୨୦ କୋଟି ରହିଛି ଓ ଏହାକୁ ପ୍ରାୟ ୨୫୦ ପରଦାରେ ମୁକ୍ତିଲାଭ କରାଯାଇଛି। ତେବେ ପରଦା ବିତରଣ ଅନୁସାରେ ଚଳଚ୍ଚିତ୍ରର ଆୟ ଭଲ ରହିଛି ବୋଲି କୁହାଯାଉଛି। ଏଥିରେ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ, ନସୀରୁଦ୍ଦିନ ଶାହ ଓ ପଙ୍କଜ ତ୍ରିପାଠୀ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories