www.samajalive.in
Thursday, December 11, 2025
26.1 C
Bhubaneswar

ଆଜି ପୁଣି ଶୁଣାଣି , ‘ବାଚସ୍ପତିଙ୍କ କାର୍ଯ୍ୟ ଉପରେ ହସ୍ତକ୍ଷେପ ଅଧିକାର ହାଇକୋର୍ଟର ନାହିଁ’

ଜୟପୁର : ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବା ନେଇ ନୋଟିସ ଜାରି ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ନିଜର ମତ ରଖିଛନ୍ତି ବାଚସ୍ପତିି ସି.ପି ଜୋଷୀ। ବର୍ତ୍ତମାନ ପରିପ୍ରେକ୍ଷୀରେ କୋର୍ଟଙ୍କର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବା ଅଧିକାର ନାହିଁ ବୋଲି ଜୋଷୀ କହିଛନ୍ତି। ବାଚସ୍ପତି କାହାର ସଭ୍ୟପଦ ରଦ୍ଦ ନ କରିବା ପର୍ଯ୍ୟନ୍ତ ସେମାନେ ଗୃହର ସଦସ୍ୟ ଅଛନ୍ତି ବୋଲି ସେ କହିଛନ୍ତି। ଜୋଷୀଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରୁଥିବା ଆଇନଜୀବୀ ଅଭିଷେକ ମନୁ ସିଂହଭି ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ବାଚସ୍ପତିଙ୍କ ନୋଟିସ ଉପରେ ସ୍ଥଗିତାଦେଶ ମଧ୍ୟ ଦିଆଯାଇପାରିବ ନାହିଁ। ବାଚସ୍ପତି କୌଣସି ନିଷ୍ପତ୍ତି ନ ଶୁଣାଇବା ପର୍ଯ୍ୟନ୍ତ ହାଇକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସେ ୨୦୧୬ର ଉତ୍ତରାଖଣ୍ଡ ମାମଲାରେ ସୁପ୍ରିମକୋର୍ଟ ରାୟର ଦୃଷ୍ଟାନ୍ତ ରଖିଛନ୍ତି। ଏଥିସହିତ ସେ ଅଶୋକ ଗେହଲଟ ସରକାରଙ୍କର ସଂଖ୍ୟାଗରିଷ୍ଠତା ରହିଥିବା କୋର୍ଟକୁ ଅବଗତ କରିଥିଲେ। ଅପରପକ୍ଷରେ ସୋମବାର ହାଇକୋର୍ଟରେ ଘନଘନ ଶୁଣାଣି ଚାଲିଥିବାବେଳେ ପାଇଲଟଙ୍କ ଓକିଲ ହରିଶ ସାଲ୍‌ଭେ ଆବଶ୍ୟକ ଜବାବ ରଖିବା ପାଇଁ ଜୁଲାଇ ୨୨ ପର୍ଯ୍ୟନ୍ତ ସମୟ ମାଗିଥିଲେ। ବାଚସ୍ପତି ବିଦ୍ରୋହୀଙ୍କ ଯୁକ୍ତି ନ ଶୁଣି ଏକପାଖିଆ ନିଷ୍ପତ୍ତି ନେଉଥିବା ସେ ଦର୍ଶାଇଥିଲେ। ସରକାରର ଅପରାହ୍ଣ ୫ଟାରେ ପରବର୍ତ୍ତୀ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇ ପ୍ରାୟ ସାଢ଼େ ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା। ପରେ ପୀଠ ମଙ୍ଗଳବାର ପୂର୍ବାହ୍ଣ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ଘୋଷଣା କରିଥିଲେ।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories