www.samajalive.in
Tuesday, December 9, 2025
16.1 C
Bhubaneswar

ଦି ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି: ଏଥର ହସାଇ ହସାଇ ବେଦମ କରିବେ ଭିକି ! ଦେଖନ୍ତୁ ଟ୍ରେଲର..

ମୁମ୍ବଇ: ଭିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ସେ ଭଜନ କୁମାର ଭୂମିକାରେ ଅଭିନୟ କରିଛନ୍ତି। ଗତ କିଛିଦିନ ଧରି ଲୋକେ ଏହି ଫିଲ୍ମର ଟ୍ରେଲରକୁ ଅପେକ୍ଷା କରି ରହିଥିଲେ ଏବଂ ଏବେ ଏହି ଅପେକ୍ଷାର ଅନ୍ତ ହୋଇଛି।

ତେବେ ଫିଲ୍ମର ନାଁରୁ ଜାଣି ପାରୁଥିବେ ଯେ ଏହା ଏକ ପାରିବାରିକ ଡ୍ରାମା, ଯେଉଁଥିରେ କମେଡ଼ି ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରର କାହାଣୀ ମଧ୍ୟ ପରିବାରର ଅତୁଟ ସମ୍ପର୍କ ଉପରେ ଆଧାରିତ। ‘ଦି ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି’ରେ ଭିକି କୌଶଲଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ମାନୁଷୀ ଛିଲ୍ଲର। କିଛିଦିନ ତଳେ ନିର୍ମାତା ଏହି ଚଳଚ୍ଚିତ୍ରର ଗୀତ ‘କହ୍ନେୟା ଟ୍ବିଟର ପେ ଆଜା’ ରିଲିଜ୍‌ କରିଥିଲେ। ଏଥିରେ ଭିକି କୌଶଲଙ୍କ ପ୍ରଦର୍ଶନ ଓ ଗୀତକୁ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳିଥିଲା। ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ଭିକି ଓ ମାନୁଷୀଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିବ, ଯାହାକୁ ଦେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିରେ ଭିକି ଓ ମାନୁଷୀଙ୍କ ବ୍ୟତୀତ ୟଶପାଲ ଶର୍ମା, କୁମୁଦ ମିଶ୍ରା, ମନୋଜ ପହୱା, ସୃଷ୍ଟି ଦୀକ୍ଷିତ ପ୍ରମୁଖ କଳାକାରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସେପ୍ଟେମ୍ବର ୨୨ରେ ପରଦାକୁ ଆସିବ ‘ଦି ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି’।

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories