www.samajalive.in
Thursday, December 11, 2025
23.1 C
Bhubaneswar

ଆଜିଓରେ ଅଲ୍‌ ଷ୍ଟାର ସେଲ୍‌ ଆରମ୍ଭ – ମିଳୁଛି ପ୍ରବଳ ରିହାତି

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଆଜିଓ ଅନେକ ଗୁଡ଼ିଏ ତାରକା ଖଚିତ ଅଫରକୁ ନେଇ ଆସିଛି ଏବଂ ଏଥିରେ ରହିଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଷ୍ଟାର ବ୍ରାଣ୍ଡ୍ ସମୂହ । ଏଥିରେ ଥିବା କଲେକ୍ସନ ଓ ଅତୁଳନୀୟ ଡିଲ୍ ବେଶ ଆକର୍ଷଣୀୟ ରହିଛି । ଆଜିଓ ଅଲ୍ ଷ୍ଟାର ସେଲ୍ ଏବେ ସେପ୍ଟେମ୍ବର ୧୬ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଲାଇଭ୍ ରହିଛି ।

 

- Advertisement -

୩୫୦୦+ ଅଗ୍ରଣୀ ଭାରତୀୟ ଓ ଆନ୍ତର୍ଜାତିକ ଫେସନ ବ୍ରାଣ୍ଡ୍‌ରେ ୧ ନିୟୁତରୁ ଅଧିକ ଷ୍ଟାଇଲ୍ ଯେଉଁଥିରେ ୫୦-୯୦% ଡିସକାଉଂଟ ଉପଲବ୍ଧ ରହିଛି । ଗ୍ରାହକମାନେ ପ୍ରଥମ ଥର ଆପ୍‌ରେ ସାଇନିଂ ଅପ୍ କରିବା ପରେ ତୁରନ୍ତ ଟ.୫୦୦ ମୂଲ୍ୟର ରିହାତି ପାଇପାରିବେ ।

 

ଆଜିଓରେ ରହିଛି ୱେଷ୍ଟର୍ଣ୍ଣ ଉୟର, ଡେନିମ୍ସ, ସ୍ନିକର, ଆଥଲେଜର, ଏଥିନିକ୍ ଉୟର ଓ ଆହୁରି ଅନେକ କିଛି । ଏଥିରେ ଆପଣ ପାଇପାରିବେ ଷ୍ଟାର-ଷ୍ଟଡେଡ୍ ବ୍ରାଣ୍ଡ ଲାଇନ୍ ଅପ୍ ଯେଉଁଥିରେ ରହିଛି ପ୍ରମୁଖ ନାମ ଯଥା ଆଡିଡାସ୍‌, ନାଇକ୍‌, ସୁପରଡ୍ରାଏ, ଷ୍ଟିଭ୍ ମାଡେନ୍‌, ଲିଭାଇସ୍‌, ମାର୍କସ୍ ଆଣ୍ଡ ସ୍ପେନ୍ସର, ଅର୍ମାନି ଏକ୍ସଚେଞ୍ଜ, ମାଭି, ରିତୁ କୁମାର, ଡବ୍ଲୁ, ମାସବା, ମୁଜି ଓ ଆହୁରି ଅନେକ ।

 

ବଲିଉଡର ଅଗ୍ରଣୀ ଷ୍ଟାରମାନେ ଅନନ୍ୟ ଷ୍ଟାଇଲରେ ସୁସଜ୍ଜିତ ହୋଇ ଆଜିଓ ଅଲଷ୍ଟାର ସେଲକୁ ସଭିଙ୍କ ପାଇଁ ‘ଷ୍ଟ୍ରିଟ’କୁ ଆଣିଛନ୍ତି । ଶ୍ରଦ୍ଧା କପୁର, ବାଣୀ କପୁର, ଜିମ୍ ସର୍ଭ ଓ ବାଦଶାହା ହେଉଛନ୍ତି ସଦ୍ୟତମ ଆଜିଓ କ୍ୟାମ୍ପେନର ଷ୍ଟାରକାଷ୍ଟ ଯେଉଁମାନେ ଟିଭି ଓ ଡିଜିଟାଲ୍ ମିଡିଆରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

 

ବିଭିନ୍ନ ପ୍ରକାର ବ୍ରାଣ୍ଡ୍ ସହିତ, ଜଣେ ବ୍ୟକ୍ତି ଅଲ୍‌- ଷ୍ଟାର ସେଲ୍ ସମୟରେ ଆଜିଓ ଆପ୍‌ରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଡିଲ୍ ପାଇପାରିବେ । ଗ୍ରାହକମାନେ ମଧ୍ୟ ଅତିରିକ୍ତ ସୁବିଧା ଯଥା ସୁପରଫାଷ୍ଟ ଡେଲିଭରି, ଡୋରଷ୍ଟପ୍ ରିଫଣ୍ଡ ଓ ସହଜିଆ ଏକ୍ସଚେଞ୍ଜ ସୁବିଧା ପାଇପାରିବେ ଯାହାଦ୍ୱାର ଆଜିଓର ଅଫରିଂ ଆହୁରି ଅଧିକ ଆକର୍ଷଣୀୟ ହୋଇପାରିଛି ।

 

ଭାରତରେ ଉତ୍ସବ ସେଲ୍ ଋତୁ ଆରମ୍ଭ ହୋଇଥିବା ବେଳେ ଆଜିଓ ଅଲ୍ ଷ୍ଟାର୍ସ ସେଲ୍ ଗ୍ରାହକଙ୍କ ସମସ୍ତ ଫେସନ ସପିଂ ଆବଶ୍ୟକତାକୁ ପୂରଣ କରୁଛି । ପ୍ଲେ ଷ୍ଟୋର ବା ଆପ୍ ଷ୍ଟୋରରୁ ଆଜିଓ ଆପ୍‌କୁ ମୋବାଇଲରେ ଡାଉନଲୋଡ୍ କରି ଗ୍ରାହକମାନେ ସମସ୍ତ ପ୍ରକାର ଫେସନର ଆନନ୍ଦ ଉଠାଇପାରିବେ ।

 

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories