www.samajalive.in
Sunday, November 16, 2025
15.1 C
Bhubaneswar

ଠାକୁରମୁଣ୍ଡା ପଞ୍ଚାୟତ : ମଇଦାନରେ ୧୧ ସରପଞ୍ଚ, ୭ଜଣ ସମିତି ସଭ୍ୟ ପ୍ରାର୍ଥୀ

ଠାକୁରମୁଣ୍ଡା:ଚା’ ଖଟି ଠାରୁ ଆରମ୍ଭ କରି ଧାନଖଳା, ଆମ୍ବତଟା, ଗାଁର ତାସ ଖେଳର ଖଟି ପର୍ଯ୍ୟନ୍ତ ସବୁଠି ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା। କେଉଁଠି ପରିବର୍ତ୍ତନ ନେଇ ଭୋଟର ଅଙ୍କ କଷୁଛନ୍ତି ତ ? ଆଉ କେଉଁଠି ସାଧାରଣ କାମ ଟିକିଏ ପାଇଁ ହଇରାଣ ହୋଇଥିବା ? ଆଉ କୋଉଠି ଗ୍ରାମର ବିକାଶ ପାଇଁ ନେତାଙ୍କ ପାଖରେ ବାରଦୁଆର ହେଉଥିବା ଘଟଣାର ହରଣ ଗୁଣନ କରୁଛନ୍ତି ଭୋଟର। କେଉଁ ପ୍ରାର୍ଥୀକୁ ଭୋଟ ଦେଲେ ଠିକ ହେବ ତାକୁ ନେଇ ସବୁଠି ଚାଲିଛି ତର୍କ ଆଉ ବିତର୍କ।
ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସଦର ପଞ୍ଚାୟତ ଠାକୁରମୁଣ୍ଡା ପଞ୍ଚାୟତ। ଏ ପଞ୍ଚାୟତଟି ସଦର ପଞ୍ଚାୟତ ହୋଇଥିବା ଦୃଷ୍ଟିରୁ ବଜାର ଉନ୍ନତି କରଣ, ବସଷ୍ଟାଣ୍ଡ, ଶିଶୁ ଉଦ୍ୟାନ, କଲ୍ୟାଣମଣ୍ଡପ ଆଦି ବିକାଶ, ଗାଁ ଗୁଡିକରେ ବନ୍ଧ, ପୋଖରୀ ମଧ୍ୟ ନଥିବାରୁ ଖରାଦିନେ ଗାଁ ଲୋକେ ସାଧାରଣ ଗାଧୋଇବା ପାଇଁ ହଇରାଣ ହେଉଛନ୍ତି। କର୍ମସଂସ୍ଥାନ ପଞ୍ଚାୟତର ଲୋକଙ୍କୁ ମିଳୁ ନଥିବାରୁ ପଡ଼ୋଶୀ ଜିଲା ଭଦ୍ରକ ସମେତ ରାଜ୍ୟ ବାହାର ଚେନ୍ନାଇ, ତାମିଲନାଡୁକୁ ଯାଇ ଲୋକେ ପେଟ ପୋଷୁଛନ୍ତି। କେନ୍ଦ୍ର ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ‘ରୁର୍ବାନ’ ଅଞ୍ଚଳ ଘୋଷଣା ହୋଇଥିଲେ ମଧ୍ୟ ସେଭଳି ପଂଚାୟତରେ ଆଶାନୁରୂପ ବିକାଶ ହୋଇନଥିବା ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳିଛି। ତେବେ ୧୦ଟି ରାଜସ୍ୱ ଗ୍ରାମର ୨୦ଟି ୱାର୍ଡକୁ ନେଇ ଠାକୁରମୁଣ୍ଡା ପଞ୍ଚାୟତ ଗଠିତ। ଏହି ପଞ୍ଚାୟତରେ ଭୋଟର ସଂଖ୍ୟା ୬୦୦୬ ଥିଲା ବେଳେ ୩୦୨୬ପୁରୁଷ, ୨୯୮୦ ଜଣ ମହିଳା ଭୋଟର ଅଛନ୍ତି। ପଞ୍ଚାୟତର ସରପଞ୍ଚ ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହି ଥିଲା ବେଳେ ସମିତି ସଭ୍ୟ ପାଇଁ ଅନାରକ୍ଷିତ।

 

- Advertisement -

ଏଥର ଏହି ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ଭାବେ ଅଜିତ୍ କଣ୍ଢେଇ, ଅନିରୁଦ୍ଧ ନାଏକ, ଅଞ୍ଜନ କୁମାର ଦେହୁରୀ, ଆର୍ତ୍ତ ଦାସ, ଆଲୋକ ଦଙ୍ଗ, ଗୌରାଙ୍ଗ ବାନ୍ଧିଆ, ଟୁକୁନା ବୈରାଖିଆ, ନବକିଶୋର ସିଂ, ପ୍ରଦୀପ ଦେହୁରୀ, ଭାଗିରଥି ଦଳେଇ ଓ ସୁଜିତକୁମାର ଲୁଗୁନ୍ ସମୁଦାୟ ୧୧ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲେଇଛନ୍ତି। ପୂର୍ବତନ ସରପଞ୍ଚ ପୁଷ୍ପଲତା ଦାସଙ୍କ ସ୍ବାମୀ ଆର୍ତ୍ତ ଦାସ ପଞ୍ଚାୟତର ବାକିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ମୁଦା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ନବକିଶୋର ସିଂ ପଞ୍ଚାୟତର ବିକାଶ ମୁଦାକୁ ନେଇ ଓହ୍ଲାଇଥିଲା ବେଳେ ଅନ୍ୟ ସବୁ ପ୍ରାର୍ଥୀ ପାରିବାରିକ ରାଜନୀତି ହଟାଇବା ଓ ବିକାଶ ମୁଦାକୁ ଅସ୍ତ୍ରକରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଭୋଟର କାହାକୁ କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ଅଙ୍କକଷା ଜୋରଧରିଛି। ସେହିଭଳି ସମିତି ସଭ୍ୟ ଆସନ ପାଇଁ ଅଜୟ କୁମାର ପଲେଇ, ଅର୍ଜୁନ ଚରଣ ବେହେରା, ପରେମେଶ୍ବର ମହାନ୍ତ, ବୁଲେନ୍ ସିଂ ମହାନ୍ତ, ଭଗବାନ ଦେହୁରୀ, ସୁଜିତ କୁମାର ଲୁଗୁନ୍ ଓ ସୁଦର୍ଶନ ବେହେରା ମୋଟ ୭ ଜଣ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories