www.samajalive.in
Tuesday, December 9, 2025
15.1 C
Bhubaneswar

ଗୁରୁଦିବସ ପାଳିତ ; ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ସଭା

କଟକ : ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ‘ୟୁଟିଆ’ ପକ୍ଷରୁ ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହ ଫୁଲନଖରାଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ସଭା ଓ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ପ୍ରଫେସର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଶିକ୍ଷକମାନଙ୍କୁ ନେଇ ଥିବା ପ୍ରକାର ଭେଦ ଦୂର କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ପାଖରେ ସେ ଦାବି ରଖିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଡ଼. ପ୍ରପୁଲ୍ଲ ଚନ୍ଦ୍ର ତ୍ରୀପାଠୀ, ଭାଗବତ ପ୍ରଧାନ, ଡ଼. ବ୍ରଜ କିଶୋର ନାୟକ ପ୍ରମୁଖ ଗୁରୁ ଦିବସ ଓ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକ ସହରରୁ କଟକ ରେଲୱେ କ୍ଲଷ୍ଟରର ସିଆସିସି ଶ୍ରୀମତୀ ସଙ୍ଗୀତା ଦାଶଙ୍କୁ ‘ଶିକ୍ଷକ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯଇଥିଲା । ରାଜ୍ୟର ବିଭନ୍ନ ଅଞ୍ଚଳର ଶିକ୍ଷାବୀତ୍ ଓ ଗବେଷକଙ୍କୁ ମଧ୍ୟ ମୁଖ୍ୟ ଅତିଥି ଶ୍ରୀ ଶତପଥୀ ସମ୍ମାନିତ କରିଥିଲେ।

- Advertisement -

ଏହି ଅବସରରେ ‘ୟୁଟିଆ’ର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ସ୍ମୃତିରେ ‘ମହାପୁରୁଷ ବିକ୍ରମ ବର୍ମା’ ସ୍ମରଣୀକା ଉନ୍ମୋଚିତ ହୋଇଥିଲା। ସଂଘର ସଂପାଦକ ଅରୁଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories