www.samajalive.in
Tuesday, December 9, 2025
16.1 C
Bhubaneswar

ସୁରକ୍ଷିତ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବ ୨ଟି ଅତ୍ୟାଧୁନିକ ବ୍ୟବସ୍ଥା

କର୍ମଚାରୀଙ୍କ ବାର୍ତ୍ତାଳାପ ରେକର୍ଡ କରୁଛି ଭଏସ୍‌ ଲଗର୍

ରେଳ ଧାରଣାକୁ ଦୁର୍ଘଟଣା ମୁକ୍ତ ପାଇଁ ବ୍ଲକ୍ ଇନଷ୍ଟ୍ରୁମେଣ୍ଟ

- Advertisement -

ଭୁବନେଶ୍ବର : ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗରେ ଆଉ ଦୁଇପାଦ ଆଗକୁ ଯାଇଛି ପୂର୍ବତଟ ରେଳପଥ। ଦୁର୍ଘଟଣା ଏଡ଼ାଇବା ପାଇଁ ରେଳ ଧାରଣାରେ ଦୁଇ ପ୍ରକାର ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ ବ୍ୟବହାର ହେଉଥିବା ବେଳେ ଟ୍ରେନ୍ ପରିଚାଳନାରେ ନିୟୋଜିତ ରେଳ ଅଧିକାରୀମାନଙ୍କ ବାର୍ତ୍ତାଳପ ରେକର୍ଡ ପାଇଁ ଡିଜିଟାଲ ଭଏସ୍ ଲଗର୍ ଟେକ୍ନୋଲୋଜି ବ୍ୟବହାର କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ ହେଉଛି ଏକ ସୁରକ୍ଷା ଉପକରଣ ଏବଂ ଏହାକୁ ରେଳ ଧାରଣାରେ ଖଞ୍ଜା ଯାଇଥାଏ। ଦୁଇଟି ଲାଇନ୍ ଥିବା ରେଳ ଧାରଣାରେ ଡ଼ବଲ୍ ଲାଇନ୍ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ (ଡିଏଲ୍‌ବିଆଇ) ଏବଂ ଗୋଟିଏ ରେଳ ଧାରଣା ଥିବା ଲାଇନ୍‌ରେ ଟୋକନ୍ ଲେସ୍ ବ୍ଲକ୍ ଇନଷ୍ଟ୍ରୁମେଣ୍ଟ (ଟିଏଲ୍‌ବିଆଇ) ଉପକରଣ ଖଞ୍ଜାଯାଉଛି। ଏହି ଉପକରଣ ଲାଗିଥିବା ରେଳ ଧାରଣାରେ ଗୋଟିଏ ଟ୍ରେନ୍ ସୁରକ୍ଷିତ ସ୍ଥାନରେ ନପହଞ୍ଚିବା ପର୍ଯ୍ୟନ୍ତ ଅନ୍ୟ ଟ୍ରେନ୍‌କୁ ସେହି ଲାଇନ୍‌ରେ ଯିବାକୁ ଦେଇନଥାଏ। ଏହି ଉପକରଣକୁ ଅଯଥା ଏବଂ ବେଆଇନ୍ ହସ୍ତକ୍ଷେପରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏଥିପାଇଁ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟରେ ଡବଲ୍ ଲକ୍ ବ୍ୟବସ୍ଥା ଅଛି। ଟ୍ରେନ୍‌ର ଅପରେଟିଂ ବିଭାଗ ପାଖରେ ଗୋଟିଏ ଲକ୍ ରହୁଥିବା ବେଳେ ଅନ୍ୟଟି ସିଗ୍‌ନାଲ ବ୍ୟବସ୍ଥା ଦେଖାଶୁଣା ଦାୟିତ୍ବରେ ଥିବା କର୍ମଚାରୀଙ୍କ ହାତରେ ରହିଥାଏ। ଯଦି ଉପକରଣ ବିଫଳ ହୁଏ ଅବା ମରାମତି ଆବଶ୍ୟକ ପଡ଼େ, ସେହି ସମୟରେ ଉଭୟ ଚାବିର ବ୍ୟବହାର ଜରୁରୀ ହୋଇଥାଏ। ଏହାର ଆଉ ଏକ ବିଶେଷତ୍ବ ହେଉଛି ବ୍ଲକ୍‌ର ଉପର ଢ଼ାଙ୍କୁଣି କେହି କାଢ଼ିଲେ, ତୁରନ୍ତ ଏକ ଏସ୍‌ଏମ୍‌ଏସ୍‌ ଯାଇ ପହଞ୍ଚିଯାଏ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ନିକଟରେ। ଫଳରେ ସେମାନେ ତୁରନ୍ତ ହସ୍ତକ୍ଷେପ କରିପାରିବେ।

ଏହି ଜ୍ଞାନକୌଶଳର ବିଶେଷତ୍ବ ହେଲା ଯେ ଏହା ଦ୍ବାରା ଟ୍ରେନ୍ ପରିଚାଳନା ସମ୍ପର୍କିତ କଥାବାର୍ତ୍ତାକୁ ରେକର୍ଡ କରିଥାଏ। ଏହାକୁ ରେଳବାଇର ବ୍ଲାକ୍ ବକ୍ସ ବୋଲି କୁହାଯାଇପାରିବ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ଏହି କୌଶଳ ବ୍ୟବହାର କରାଯାଉଛି। ଟ୍ରେନ୍ ପରିଚାଳନା ସମ୍ପର୍କରେ ଷ୍ଟେସନ୍ ମାଷ୍ଟର ଓ ଷ୍ଟେସନ୍ ନିୟନ୍ତ୍ରକ ମଧ୍ୟରେ ବର୍ତ୍ତାଳାପକୁ ରେକର୍ଡ କରି ରଖିଥାଏ। ଏଥିସହ ଏଥିରେ ବୈଦ୍ୟୁତିକ ଟ୍ରେନ୍ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କ ବାର୍ତ୍ତାଳାପ ରେକର୍ଡ କରାଯାଇପାରିବ। ଫଳରେ ଯଦି କୌଣସି ଦୁର୍ଘଟଣା ଘଟେ ତା ହେଲେ ତଦନ୍ତ ସମୟରେ ବାର୍ତ୍ତାଳାପର ରେକର୍ଡିଂକୁ ବ୍ୟବହାର କରାଯାଇପାରିବ। ପୂର୍ବତଟ ରେଳପତ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଇଂ କୌଶଳେନ୍ଦ୍ର କିଶୋର ଖାଙ୍ଗଡ଼ା କହିଛନ୍ତି, ସୁରକ୍ଷିତ ଟ୍ରେନ୍ ଚଳାଚଳକୁ ଆମେ ସର୍ବାଧିକ ପ୍ରାଥମିକତା ଦେଉଛୁ। ନୂଆ ଜ୍ଞାନକୌଶଳ ଉପଯୋଗ ଦ୍ବାରା ଦୁର୍ଘଟଣାକୁ ଏଡ଼ାଯାଇ ପାରିବା ସହ ପରିଚାଳନା ବ୍ୟବସ୍ଥାରେ ଦକ୍ଷତା ଆସିପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories