www.samajalive.in
Sunday, December 7, 2025
23.1 C
Bhubaneswar

ତୁଷୁରା ଏନଏସି ଦେଉନି ଇପିଏଫ ଟଙ୍କା: ୪ ଦିନ ହେଲା ଧାରଣାରେ ସଫେଇ କର୍ମଚାରୀ, ଗଦା ହୋଇଛି ଅଳିଆ

ଗୁଡଭେଲା: ପୌର ନିର୍ବାଚନ ପାଇଁ ତୁଷୁରା ସହର ଭିତରେ ନେତାଙ୍କ ଭିଡ଼ ଲାଗିରହିଛି। ନିଜ ଦଳୀୟ ସମର୍ଥକଙ୍କୁ ବିଜୟୀ କରାଇବା ପାଇଁ ମନ୍ତ୍ରୀ କରୁଛନ୍ତି ପ୍ରଚାର। ହେଲେ ସହରକୁ ସଫାସୁତୁରା ରଖୁଥିବା କର୍ମଚାରୀଙ୍କ ଇପିଏଫ ଟଙ୍କା ହଡ଼ପକୁ ନେଇ ମୁହଁ ଖୋଲୁନାହାନ୍ତି ରାଜନୈତିକ ଦଳ। ସଫେଇ କାର୍ଯ୍ୟକୁ ବନ୍ଦ କରି ୫ ଦିନ ହେଲା କର୍ମଚାରୀମାନେ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି। ଫଳରେ ସହର ଭିତରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ଦୁର୍ଗନ୍ଧରେ ଫାଟିପଡୁଛି। ତୁଷୁରା ଏନଏସିରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ୬୫ ଜଣ କର୍ମଚାରୀ । ଏହି କର୍ମଚାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ଦେଉଥିଲେ ବି ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ଇପିଏଫ ଟଙ୍କା ନ ହଡ଼ପ କରୁଛି ବୋଲି କର୍ମଚାରୀମାନେ ଅଭିଯୋଗ କରୁଛନ୍ତି। ପୂର୍ବରୁ ନିଯୁକ୍ତି ସଫେଇ କାମ ପାଇଁ ନିଯୁକ୍ତି ହୋଇଥିବା ଠିକାସଂସ୍ଥା ୫ ବର୍ଷର ଇପିଏଫ ଟଙ୍କା ହଡ଼ପ କରିଛି। ଏବେ ପୁଣି ଏହି ଠିକା ସଂସ୍ଥା ୧୦ ମାସର ଟଙ୍କା ଦେଉଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଫଳରେ ଗତଶନିବାର ଦିନରୁ କର୍ମଚାରୀମାନେ ଏକତ୍ରିତ ହୋଇ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି। ହକ ପାଇଁ ପୂର୍ବରୁ ମଧ୍ୟ କର୍ମଚାରୀ ମାନେ ଆନ୍ଦୋଳନ କରି ଧାରଣା ଦେଇଥିଲେ । ହେଲେ ଆସନ୍ତା ୭ ଦିନ ମଧ୍ୟରେ ଦାବୀ ପୂରଣ ହେବ ବୋଲି ଏନଏସି କର୍ତ୍ତୃପକ୍ଷ କହିଥିଲେ କିନ୍ତୁ ଇପିଏଫ ଟଙ୍କାକୁ ନେଇ ଏନଏସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନ ଥିବାରୁ ପୁଣି ଥରେ ଧାରଣା ଦେଇଛନ୍ତି। ସୋମବାର ଦିନ ଆନ୍ଦୋଳନ ସ୍ଥଳ ଦେଇ ମନ୍ତ୍ରୀ ଟୁକୁନି ସାହୁ ପୌରନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ ବି ଆନ୍ଦୋଳନରତ କର୍ମଚାରୀଙ୍କ ସହ କୌଣସି ଆଲୋଚନା କରି ନଥିବାରୁ ଲୋକଙ୍କ ମଧ୍ୟରେ ଭିନ୍ନ ଆଲୋଚନା ଲାଗିରହିଛି। ଭୋଟ ମାଗିବାକୁ ଆସୁଥିବା ମନ୍ତ୍ରୀ ଆମ ହକ ପାଇଁ ଏନଏସିକୁ ତାଗିଦ କେମିତି କରିନାହାନ୍ତି ବୋଲି ସଫେଇ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ଆଗମୀ ନିର୍ବାଚନରେ ଶାସକ ଦଳକୁ ଉଚିତ ଜବାବ ଦେବେ ସଫେଇ କର୍ମଚାରୀଙ୍କ ୨ସହ ଭୋଟର ବୋଲି ଚର୍ଚ୍ଚା ଲାଗିରହିଛି।

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଚାରିଦିନ ହେଲା ତୁଷୁରାର ପଡ଼ା ପଡ଼ାରେ ଅଳିଆ ଗଦା ହୋଇ ପଡିରହିଛି। ଏନେଇ ସଫେଇ କର୍ମଚାରୀ ସଂଘର ସଭାପତି ମନୋଜ ଜୈନଙ୍କୁ ପଚାରିବାରୁ ଇପିଏଫ ଟଙ୍କା ହଡ଼ପକୁ ନେଇ ଆନ୍ଦୋଳନ କରୁଛୁ ଏନଏସି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀରହିବ ବୋଲି କହିଛନ୍ତି। ସେହିପରି ତୁଷୁରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷଣ ମୁର୍ମୁଙ୍କୁ ପଚାରିବାରୁ ଆମ ପାଖରେ ୧୦ ମାସର ଇପିଏଫ୍‌ ଟଙ୍କା ଅଛି, କଟକର ଚନ୍ଦନ ଏଜେନ୍ସି ଚାରିମାସ ଷ୍ଟେଟମେଣ୍ଟ ଦେଉ ନଥିବାରୁ ୧୦ ମାସର ଟଙ୍କା ରହିଯାଇଛି ବୋଲି କହିଛନ୍ତି । ନିର୍ବାଚନ ସମୟରେ ସହରେ ଭିତରେ ଅଳିଆ ପଡିରହି ଦୁର୍ଗନ୍ଧ ଦେଖା ଦେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories