ପୁରୀ : ସ୍ବର୍ଗଦ୍ବାର ଶ୍ମଶାନରେ ଜିଲା ବାହାର ଲୋକଙ୍କ ଶବସତ୍କାର ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ନିର୍ଦେଶନାମା ପ୍ରକାଶ ପାଇଛି। ତେବେ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି ହୋଇଥିବା କଟକଣାକୁ ଉଠାଇ ଦେଇଛି ପ୍ରଶାସନ। ଜିଲାର ମୃତକଙ୍କ ସମ୍ପର୍କୀୟମାନେ କୋଭିଡ କଟକଣା ପାଳନ ସହ ମହୋଦଧିରେ ଅସ୍ଥି ବିସର୍ଜନ କରିପାରିବେ ବୋଲି ସେଥିରେ କୁହାଯାଇଛି। ଅନ୍ୟ ଜିଲାର ମୃତକଙ୍କ ଶବ ଯେପରି ପୁରୀ ଜିଲାରେ ପ୍ରବେଶ ନକରେ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ତହସିଲଦାର, କମାଣ୍ଡର ଏବଂ ଥାନା ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ସ୍ବର୍ଗଦ୍ବାର ଶ୍ମଶାନରେ ଶବସତ୍କାର କଟକଣା ପାଳନ ପାଇଁ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
Popular Categories



