www.samajalive.in
Tuesday, December 9, 2025
15.1 C
Bhubaneswar

ତିନି ତଲାକ୍‍ରୁ ବର୍ତ୍ତିବା ପାଇଁ ହିନ୍ଦୁଙ୍କୁ ବାହା ହୁଅନ୍ତୁ ମୁସଲମାନ ଯୁବତୀ: ସାଧ୍ୱୀ ପ୍ରାଚୀ

ଲକ୍ଷ୍ନୌ : ତିନି ତଲାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତ୍ରୀ ସାଧ୍ୱୀ ପ୍ରାଚୀ। ‘ମୁସଲମାନ ଯୁବତୀମାନେ ଯଦି ତିନି ତଲାକ୍‍ ଓ ନିକା ହଲାଲାରୁ ବର୍ତ୍ତିବାକୁ ଚାହାନ୍ତି; ତେବେ ହିନ୍ଦୁ ଯୁବକଙ୍କୁ ବିବାହ କରନ୍ତୁ ଓ ହିନ୍ଦୁ ଧର୍ମ ଗ୍ରହଣ କରନ୍ତୁ’ ବୋଲି ପ୍ରାଚୀ ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ; ତିନି ତଲାକ ବିରୋଧରେ ଆଇନଗତ ଲଢ଼େଇ ଚଳାଇଥିବା ବରେଲିର ନିଦା ଖାଁଙ୍କ ସମେତ ଅନ୍ୟ ମୁସଲମାନ ମହିଳାଙ୍କୁ ଭେଟି ସେ ହିନ୍ଦୁତ୍ୱ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇବେ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ସେ ମୌଲବୀମାନଙ୍କୁ ଚେତାବନୀ ଶୁଣାଇଛନ୍ତି। ପ୍ରତି କଥାରେ ଫତୱା ଜାରି କରି ମୌଲବୀମାନେ ସାମାଜିକ ବିଶୃଙ୍ଖଳାକୁ ପ୍ରୋତ୍ସାହିତ କରୁଥିବାରୁ ସେମାନଙ୍କୁ ଦଣ୍ଡବିଧାନ କରାଯିବା ଉଚିତ ବୋଲି ପ୍ରାଚୀ ମଥୁରାଠାରେ କହିଛନ୍ତି। ପ୍ରାଚୀ ସୋମବାର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ଆଗାମୀ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାର ଆଶା ନାହିଁ; ତେଣୁ ରାହୁଲ ତୁରନ୍ତ ବିବାହ କରିନେବା ଉଚିତ ଏବଂ କଂଗ୍ରେସ ଏ ଦିଗରେ ରାହୁଲଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories