ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର ‘ନୋ ପ୍ରୋବ୍ଲେମ୍’ ୨୦୧୦ରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ ସିନେଜଗତ ଠାରୁ ଦୂରେଇଯାଇଥିଲେ। ବିଜ୍ଞାପନରେ କାର୍ଯ୍ୟ କରୁଥିବାବେଳେ ଭଲ କାହାଣୀ ମିଳୁନଥିବାରୁ ସୁସ୍ମିତା ସିନେଜଗତରେ କାମ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ୧୦ ବର୍ଷ ପରେ ସୁସ୍ମିତାଙ୍କୁ ପୁଣି ସୁଯୋଗ ମିଳିଛି। ସୋସିଆଲ ସାଇଟ୍ରେ ସକ୍ରିୟ ଥିବା ସୁସ୍ମିତା ନିକଟରେ ଏକ ସାକ୍ଷାତକାର୍ରେ ଏହା ସ୍ପଷ୍ଟ କରିଛନ୍ତି। ମିଳିଥିବା ଖବର ଅନୁସାରେ, ସୁସ୍ମିତା ଏହାର ସୁଟିଂ ପାଇଁ ଖୁବ୍ ଶୀଘ୍ର ଦୁବାଇ ଯିବେ ଓ ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ମୁକ୍ତିଲାଭ ମଧ୍ୟ କରିବ। ୨୦୨୦ ଜୁନ୍ରେ ବନ୍ଧୁ ରୋହମନ୍ ଶଲ୍ଙ୍କୁ ସେ ବିବାହ କରିବେ ବୋଲି ଶୁଣାଯାଉଛି। ପୋଷ୍ୟ କନ୍ୟା ରିନି ଓ ଆୟୋଶାଙ୍କ ସହ ସୁସ୍ମିତାଙ୍କର ହସଖୁସିର ସଂସାର ଆଗେଇ ଚାଲିଛି।
Popular Categories



