ସଂସଦ ଭବନ ଉଦଘାଟନ ମାମଲା, ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସଂସଦ ଭବନ ଉଦଘାଟନ ସଂପର୍କୀତ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନବନିର୍ମିତ ସଂସଦ ଭବନର ଉଦ୍ଘାଟନ ପ୍ରସଙ୍ଗକୁ ନେଇ ହୋଇଥିବା ଏହି ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟର ଜଣେ ଆଇନଜୀବୀଙ୍କ ପକ୍ଷରୁ ଏହି ମାମଲା ଆଗତ କରାଯାଇଥିଲା । ନୂଆ ସଂସଦ ଭବନର ଉଦ୍ଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରାଯିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ନେଇ ଆବେଦନରେ ଦର୍ଶାଯାଇଥିଲା। ତେବେ ଅଦାଲତ ଏ ନେଇ ମାମଲାକୁ ଖାରଜ କରିଦେଇଛନ୍ତି ।
Comments are closed.