ପ୍ରଭୂଜୀ ଇଂଲିଶ ମିଡିୟମ୍‌ ସ୍କୁଲ ପକ୍ଷରୁ କିଡ୍‌ସପ୍ରେନୁୃ୍ୟଅର୍‌ସିପ୍‌ ସହ ସହଯୋଗିତାରେ ଡିଜାଇନ୍‌ ଭାବନା ଓ ଉଦ୍ୟମିତା କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଓ ଉଦ୍ୟମିତାକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଭୁଜୀ ଇଂଲିଶ ମିଡିୟମ୍‌ ସ୍କୁଲ ପକ୍ଷରୁ ନିକଟରେ ଏକ ଚମକ୍ରାର ଡିଜାଇନ୍‌ ଭାବନା ଓ ନବସୃଜନ କର୍ମଶାଳା ଆୟୋଜନ କରାଯାଇଥିଲା । ମେ’ ୨୩ରୁ ୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କର୍ମଶାଳାକୁ ସିଙ୍ଗାପୁରର ଲୋକପ୍ରିୟ ସଂସ୍ଥା କିଡ୍‌ସପ୍ରେନ୍ୟୁଅରସିପ୍‌ ସହଯୋଗରେ ଆୟୋଜନ କରାଯାଇଥିଲା ।

ଛାତ୍ରଛାତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରଭୂଜୀ ଇଂଲିଶ ମିଡିୟମ୍‌ ସ୍କୁଲ ପକ୍ଷରୁ କିଡ୍‌ସପ୍ରେନ୍ୟୁଅରସିପ୍‌ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି କର୍ମଶାଳାରେ ଡିଜାଇନ ଭାବନାର ମୂଳତତ୍ୱ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭାବନା, ପ୍ରଭାବଶାଳୀ ସହଯାଗିତା ଓ ବାସ୍ତବ ଦୁନିଆର ସମସ୍ୟାର ଅଭିନବ ସମାଧାନ ବିକାଶ କରିବା ଲାଗି ଉତ୍ସାହିତ କରାଯାଇଥିଲା ।
ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଶିକ୍ଷଣୀୟ ପରିବେଶ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିଲେ ଯାହା ସେମାନଙ୍କ ଚିନ୍ତାଧାରା, ସମସ୍ୟା-ସମଧାନ ଓ ଉଦ୍ୟମିତା ଭାବନାକୁ ସୁଦୃଢ଼ କରିଛି । ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ସଂପୃକ୍ତ ରହି ସମସ୍ୟାକୁ ଚିହ୍ନଟ କରି ତାହାର ଅନୁଧ୍ୟାନ କରିବା, ଚିନ୍ତାଧାରା ଉପରେ ମାନସମନ୍ଥନ କରିବା, ସମାଧାନର ନମୁନା ପ୍ରସ୍ତୁତ କରି ତାହାକୁ ପରୀକ୍ଷଣ କରିବା ଭଳି ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଜାଗ୍ରତ କରାଇବା ଲାଗି କିଡ୍‌ସପ୍ରେନ୍ୟୁଅରସିପ୍‌ର ବିଶେଷଜ୍ଞମାନେ ମାର୍ଗଦର୍ଶନ ଓ ମେଟଂରସିପ୍‌ ସୁବିଧା ପ୍ରଦାନ କରିଥିଲେ । ଏହି କର୍ମଶାଳାକୁ ହାଇବ୍ରିଡ୍‌ ମାଧ୍ୟମରେ ଆୟୋଜନ କରାଯାଇଥିଲା ଯେଉଁଥିରେ ସିଙ୍ଗାପୁରର ପ୍ରଶିକ୍ଷକ ଓ ସେମାନଙ୍କ ଟିମ୍‌ ତାଲିମ ପ୍ରଦାନ କରିବାକୁ ଯୋଡ଼ି ହୋଇଥିଲେ ।

କିଡ୍‌ସପ୍ରେନ୍ୟୁଅରସିପ୍‌ ସହିତ ସହଯୋଗିତା ମାଧ୍ୟମରେ ଡିଜାଇନ୍‌ ଭାବନାରେ ବ୍ୟବହାର ହେଉଥିବା ଉନ୍ନତ ଟୁଲ୍‌ ଓ ପଦ୍ଧତି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଭାବ ବିନିମୟ ଅଧିବେଶନ ଓ ଦଳଗତ କାର୍ଯ୍ୟ ଜରିଆରେ ଛାତ୍ରଛାତ୍ରୀମାନେ ବ୍ୟବହାରକାରୀଙ୍କ ପ୍ରତି କରୁଣା ପ୍ରଦର୍ଶନ କରିବା, ସମସ୍ୟାକୁ ଜାଣିବା, ଚିନ୍ତାଧାରା ସୃଷ୍ଟି କରିବା ଓ ନମୁନା ବିକାଶ କରିବା ବିଷୟରେ ଜାଣିଥିଲେ । ଏହି କର୍ମଶାଳାରେ ପ୍ରଭାବଶାଳୀ ଯୋଗାଯୋଗ, ଦଳଗତ କାର୍ଯ୍ୟ ଏବଂ ଅଭିନବ ପ୍ରକ୍ରିୟାକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଭବିଷ୍ୟତର ଆହ୍ୱାନ ଓ ସୁଯୋଗ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଲାଗି ପ୍ରଭୂଜୀ ଇଂଲିଶ ମିଡିୟମ୍‌ ସ୍କୁଲର ରହିଥିବା ପ୍ରତିବଦ୍ଧତା ସହ ଡିଜାଇନ ଭାବନା ଓ ଉଦ୍ୟମିତା ଶିକ୍ଷାକୁ ସମନ୍ୱିତ କରାଯାଇଛି । ଅଭିନବ ଭାବନା, ଦ୍ୱନ୍ଦ୍ୱକୁ ଗ୍ରହଣ କରି ଅଭିନବ ସମାଧାନ ସନ୍ଧାନ କରିବାରେ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରି ଏହି କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଉଦ୍ୟମିତା ଓ ସମସ୍ୟା ସମାଧାନର ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
“ନିକଟରେ ଅନୁଷ୍ଟିତ ହୋଇଥିବା ଆମର ଉଦ୍ୟମିତା କର୍ମଶାଳା ବେଶ ସଫଳ ହୋଇଥିବା ଜଣାଇ ମୁଁ ବେଶ ଆନନ୍ଦିତ । ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସ୍ତରର ଉତ୍ସାହ ପ୍ରଦର୍ଶନ କରିଥିଲେ । ମୁଁ ନିଶ୍ଚିତ ଯେ କର୍ମଶାଳାରୁ ହାସଲ କରିଥିବା କୌଶଳକୁ ସେମାନେ ନିଜ ଜୀବନରେ ସକାରାତ୍ମକ ବ୍ୟବହାର ଲାଗି ଉପଯୋଗ କରିବେ ବୋଲି ପ୍ରଭୂଜୀ ଇଂଲିଶ ମିଡିୟମ୍‌ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଅଭୟ ରଥ କହିଛନ୍ତି । ଏହି କର୍ମଶାଳାକୁ ବେଶ ସଫଳ କରିବାରେ ମୂଲ୍ୟବାନ ସହଯୋଗ ପ୍ରଦାନ କରିଥିବାରୁ ମୁଁ କିଡ୍‌ସପ୍ରେନ୍ୟୁଅରସିପ୍‌କୁ କୃତଜ୍ଞତା ଜଣାଇବାକୁ ଚାହୁଛି । ଆମର ସହଯୋଗୀ ଭାବେ ସେମାନଙ୍କୁ ପାଇଁ ଆମେ ଆନନ୍ଦିତ ଏବଂ ଭବିଷ୍ୟତରେ ଏଭଳି ସହଯୋଗିତା ପାଇଁ ଆମେ ଉକ୍ରଣ୍ଠାର ସହ ଆଶା ରଖିଛୁ ବୋଲି ସେ କହିଛନ୍ତି ।
ଏହି କର୍ମଶାଳା ବିଷୟରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କଠାରୁ ସକାରାତ୍ମକ ମତାମତ ମିଳିଥିବା ବେଳେ ଅଂଶଗ୍ରହଣକାରୀମାନେ ଉଭୟ ଭାବ ବିନିମୟ ଓ ସହଯୋଗିତାର ଶିକ୍ଷା ପରିବେଶକୁ ନେଇ ନିଜର ଉତ୍ସାହ ପ୍ରକଟ କରିଥିଲେ । ଅଭିନବ ଢଙ୍ଗରେ ଆହ୍ୱାନକୁ ଗ୍ରହଣ କରି ଦକ୍ଷତାରେ ଉନ୍ନତି ଆଣିବାକୁ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିବା ସହିତ ଉଦ୍ୟମିତ ଓ ନବସୃଜନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଥିଲେ ।

Comments are closed.