www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ କ୍ରୀଡା ଦିବସ ପାଳିତ , ମିନି ମାରାଥନରେ ସାମିଲ ହେଲେ କ୍ରୀଡ଼ାବିତ

ସୁନ୍ଦରଗଡ଼: ହକି ଲେଜେଣ୍ଡ ମେଜର ଧ୍ୟନଚାନ୍ଦଙ୍କ ଜନ୍ମ ବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଆଜି ସୁନ୍ଦରଗଡ଼ ସଦର ମହକୁମା ଠାରେ ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେରେ ଆଜି ସକାଳେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନକୁ ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାରାଥନଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ରାସ୍ତା ଠାରୁ ବାହାରି ନୂତନ ବ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୬୦୦ ଜଣ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଛାତ୍ରଛାତ୍ରୀ, ସାଇ, ଜିଲା କ୍ରୀଡ଼ା ସଂସଦ ଏବଂ ସ୍ପୋର୍ଟସ ହଷ୍ଟେଲର ପ୍ରଶିକ୍ଷାର୍ଥୀ, କ୍ରୀଡ଼ା ପ୍ରେମୀ ପ୍ରମୁଖ ସାମିଲ ହୋଇଥିଲେ ।

ଏଥିରେ ଜିଲା କ୍ରୀଡା ଅଧିକାରୀ ବିଶ୍ଵ କେସନ ପାଣ୍ଡେ, ଜିଲା କ୍ରୀଡ଼ା ସଂସଦର ସମ୍ପାଦକ ପ୍ରଭାତ ଭୋଳ, ହକି ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପରେ ପରେ ଭବାନିପୁର୍ ହକି ଟ୍ରେନିଂ କେନ୍ଦ୍ର ଠାରେ ସାଇ ଏବଂ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସେହିଭଳି ତୀରନ୍ଦାଜ୍ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଇ, ସ୍ପୋର୍ଟସ ହଷ୍ଟେଲ ସହିତ ଅନ୍ୟାନ୍ୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories