www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ପ୍ରସଙ୍ଗ- ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କଲେ ସୁମିତଙ୍କ ପିତା

 

କଟକ- ବହୁ ଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମା ନଗରରେ ତପସ୍ୱିନୀ ଏବଂ ଡାକ୍ତର ସୁମିତ୍‌ଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଅଦାଲତରେ ମାମଲା ଚାଲିଛି । ତପସ୍ୱିନୀ ସ୍ୱାମୀଙ୍କ ଘରେ ରହିବ ବୋଲି ଅଦାଲତ ରାୟ ଦେଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ତପସ୍ୱିନୀଙ୍କୁ ତାଙ୍କ ଶଶୁରଙ୍କ ଘରର ଉପର ମହଲାରେ ରଖାଯାଇଥିଲା ।ମାତ୍ର ତାଙ୍କ ଜୀବନକୁ ବିପଦ ଥିବା ଦର୍ଶାଇ ସୁମିତଙ୍କ ପିତା ତଥା ତପସ୍ୱିନୀଙ୍କ ଶଶୁର ପ୍ରମୋଦ ସହୁ ଘରେ ରହି ନ ଥିଲେ । ଏବେ ପ୍ରମୋଦ ସାହୁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗ କରିଛନ୍ତି ।

- Advertisement -

ତାଙ୍କର ଘରର ଗେଟ୍‌ ଭାଙ୍ଗ ତପସ୍ୱନୀ , ପ୍ରମିଳା ତ୍ରିପାଠୀ ଏବଂ ସେମାନଙ୍କ  ସହଯୋଗୀ ତାଙ୍କ ଘରେ ପ୍ରବେଶ କରିଥିବା କଥା ସେ ଦର୍ଶାଇଛନ୍ତି । ସେ ଏ ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ । ମାତ୍ର ପୋଲିସର କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରେମ ବିବାହ କରିଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ନ୍ୟାୟ ଦାବିରେ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଗଳି ସ୍ଥିତ ନିଜ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୧୫ ଦିନ ହେବ ବ୍ରହ୍ମାନଗରରେ ୧୪୪ ଧାରା ଜାରି କରିଥିଲା ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories