www.samajalive.in
Monday, December 8, 2025
27.1 C
Bhubaneswar

ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯

ମୁମ୍ବଇ : ରାଜସ୍ଥାନର ସୁମନ ରାଓ ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟଲ ଅଧିକାରୀ ହୋଇଛନ୍ତି । ଏଥିସହିତ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ସୁମନ ବିଜେତା ହୋଇଛନ୍ତି । ୨୨ ବର୍ଷୀୟା ସୁମନ ଅନୁକୃତି ବାସଙ୍କ ପରେ ଏହି ଟାଇଟଲ ଅର୍ଜ୍ଜନ କରିଛନ୍ତି । ସୁମନ ଚାଟାର୍ଡ ଆକାଉଣ୍ଟାଟ ପାଇଁ ପ୍ରସ୍ତୁତି କରୁଛନ୍ତି।

ସୁମନ ତାଙ୍କ ମାତାପିତାଙ୍କ ଦ୍ୱାରା ପ୍ରଭାବିତ । ଏହି ଟାଇଟଲ ବିଜୟୀ ହେବା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି। ଆଗାମୀ ଦିନରେ ସେ ମିସ୍ ୱାର୍ଲଡ୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ସୁମନ ରନର୍ସ ଅପ ହୋଇଥିଲେ।

- Advertisement -

ମୁମ୍ବାଇର ସରଦ୍ଦାର ବଲ୍ଲଭ ଭାଇ ପଟେଲ ଇନଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବଲିଉଡ ଷ୍ଟାର କ୍ୟାଟ୍ରିନା କୈଫ, ବକ୍କି କୌଶଲ, ମୋନୀ ରାୟ ପ୍ରମୁଖ କଳାକାର ଉପସ୍ଥିତ ଥିଲେ । ଦିୟା ମିର୍ଜା ଏବଂ ଚିତ୍ରାଙ୍ଗଦା ସିଂହ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories