www.samajalive.in
Monday, December 8, 2025
20.1 C
Bhubaneswar

ରକ୍ତ ପରୀକ୍ଷାରେ ଭୁଲ ରିପୋର୍ଟ; କୋମାରେ ଅବସରପ୍ରାପ୍ତ ଶିକ୍ଷକ

ସୋନପୁର : ସୁବର୍ଣ୍ଣପୁର ସହରର ଏକ ବେସରକାରୀ ରକ୍ତ ପରୀକ୍ଷା କେନ୍ଦ୍ର ରକ୍ତ ପରୀକ୍ଷାର ଭୁଲ ରିର୍ପୋଟ ଦେବା ଫଳରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଦୀର୍ଘ ୩ ମାସ ହେବ କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲାରେ ଦେଖିବାକୁ ମିଳିଛି। ସୂଚନାଅନୁଯାୟୀ, ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଘୋଡ଼ାଘାଟପଡ଼ାର ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ମିଶ୍ରଙ୍କ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ଗତ ମାର୍ଚ୍ଚ ୧୮ ତାରିଖରେ ଘୋଡ଼ାଘାଟପଡ଼ା ଅଞ୍ଚଳର ଏକ ବେସରକାରୀ ରକ୍ତ ପରୀକ୍ଷା କେନ୍ଦ୍ରରେ ନିଜ ଏଚ୍‍ବିଏ୧ସି ପରୀକ୍ଷା କରିଥିଲା। ଏଥିରେ ତାଙ୍କର ୧୩.୧ ବାହାରିଥିଲା। ଏହି ପରୀକ୍ଷା ମନୁଷ୍ୟ ଶରୀରରେ ଗତ ୩ମାସର ହାରାହାରି ଶର୍କରା ମାତ୍ରା ଦର୍ଶାଇଥାଏ। ମାତ୍ର ଏହି କେନ୍ଦ୍ରରେ ତାହା ଶର୍କରାର ମାତ୍ରା ୧୩.୧ ବାହାରିଥିବାରୁ ପରୀକ୍ଷା କେନ୍ଦ୍ରରେ ଜଡ଼ିତ ଥିବା ଜଣେ ସମ୍ପୃକ୍ତ ଡ଼ାକ୍ତର ସକାଳେ ୧୮ ଓ ସନ୍ଧ୍ୟାରେ ୧୨ ୟୁନିଟ ଇନସୁଲିନ ଦେବାକୁ ପରାମର୍ଶ ଦେଇଥିଲେ। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସତ୍ୟନାରାୟଣ ଇନସୁଲିନ ନେବା ପରେ ତାଙ୍କ ଶରୀରର ଶର୍କରାର ମାତ୍ରା ସର୍ବନିମ୍ନ ୪୯କୁ ଖସି ତାଙ୍କ ମସ୍ତିଷ୍କକୁ ଆକ୍ରମଣ କରିବା ଦ୍ୱାରା ସେ କୋମାକୁ ଚାଲିଯାଇଥିଲେ। ଏହାପରେ ତାଙ୍କୁ ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପୁନଶ୍ଚ ତାଙ୍କର ଏଚ୍‍ବିଏ୧ସି ପରୀକ୍ଷା କରାଯାଇଥିଲା। ସେଠାରେ ରିର୍ପୋଟରେ ୮.୬ ବାହାରିବାରୁ ପୂର୍ବର ରିର୍ପୋଟ ଭୁଲ ବୋଲି ଜଣାପଡ଼ିଥିଲା। ବୁର୍ଲାରେ ମଧ୍ୟ ସତ୍ୟନାରାୟଣଙ୍କ ସ୍ଥିତି ନସୁଧୁରିବାରୁ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଛି। ସେଠାରେ ମଧ୍ୟ ସେ କୋମା ଅବସ୍ଥାରେ ରହିଛନ୍ତି ବୋଲି ତାଙ୍କ ପୁଅ ଯୁଗନେଶ୍ୱର ପ୍ରକାଶ କରିଛନ୍ତି। ଏଭଳି ଘଟଣା ପାଇଁ କିଏ ଦାୟୀ ହେବ ବୋଲି କହି ସେ ଅଭିଯୋଗ କରିଛନ୍ତି। ତେଣୁ ଜିଲା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ଭାବେ ଗ୍ରହଣ କରିବା ସହ ଭୁଲ ରକ୍ତ ପରୀକ୍ଷା ହୋଇଥିବା କେନ୍ଦ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories