www.samajalive.in
Tuesday, December 9, 2025
17.1 C
Bhubaneswar

ଚାକିରି ନକରି ଉଦ୍ୟାନ କୃଷିରେ ସଫଳତା ହାସଲ କଲେ ଯୁବ ଇଞ୍ଜିନିୟର

ସୁଆଣ୍ଡୋ : ମଣିଷର ଆଗ୍ରହ ଉଦ୍ୟମ ନିଷ୍ଠା ରହିଲେ ସବୁ କାମରେ ସେ ସଫଳ ହୋଇଥାଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯୁବ ଇଞ୍ଜିନିୟର ଶକ୍ତି ପ୍ରସାଦ ପୁଜାରୀଙ୍କ ନିକଟରେ । ବାପା ବାଲ୍ମିକି ପୁଜାରୀଙ୍କ ତିନି ଝିଅରେ ଗୋଟିଏ ପୁଅ । ପୁଅକୁ ଇଞ୍ଜିନିୟରିଂ ପଢେଇଥିଲେ । ଚାକିରୀ କରିବ । ହେଲେ ସେ ଚାକିରି ନକରି ବାପାଙ୍କର ଥିବା ଦୁଇ ଏକର ପଡିଆ ଢିପ ଜମିରେ ଫଳ ଚାରା ନର୍ସରୀ ଟିଏ ଆରମ୍ଭ କଲେ । ନଡ଼ିଆ ଚାରା ପ୍ରସ୍ତୁତ କରିବାପାଇଁ କୋକନଟ ଡେଭଲପମେଣ୍ଟ ବୋର୍ଡରୁ ନର୍ସରୀ କରିବାକୁ ଅନୁମତି ଆଣି ଚାରା ପ୍ରସ୍ତୁତିରେ ଲାଗିଗଲେ । ଏବେ ନର୍ସରୀରେ ବର୍ଷକୁ ସତୁରୀ ହଜାର ନଡ଼ିଆଚାରା ଉତ୍ପାଦନ କରିପାରିଛନ୍ତି । ଏଥି ସହିତ ବାଇଗଣ ପଲେଇ ଦୁସରୀ ନିଲମ କେଶରୀ ପ୍ରଜାତିର ଆମ୍ବ, ପିଜୁଳି, ଲେମ୍ବୁ, ଲିଚୁ, ପଣସ, ଜାମୁରୋଲ, କଲିକତି ବରକୋଳି, ସପେଟା ଆଦି ଚାରା ପ୍ରସ୍ତୁତ କରି ବିକ୍ରି କରି ଆସୁଛନ୍ତି । ନଡ଼ିଆ ଚାରା ଗୋଟିକୁ ଷାଠିଏ ଟଙ୍କାରେ ବିକ୍ରି କରୁଥିବାବେଳେ ଆମ୍ବ ଚାରା ଦେଢ ଶହ ଟଙ୍କାରେ ବିକ୍ରି ହୋଇଥାଏ ବୋଲି କହନ୍ତି । ପୁରୀ ଉଦ୍ୟାନ ବିଭାଗ ଓ ଭୁବନେଶ୍ଵର ସିଡିବିର କର୍ତ୍ତୃପକ୍ଷ ନର୍ସରୀ ପରିଦର୍ଶନରେ ଆସି ଶ୍ରୀ ପୂଜାରୀଙ୍କୁ ଚାଷ ସମ୍ବନ୍ଧିୟ ପରାମର୍ଶ ଦେଇଥାନ୍ତି । ଆନ୍ଧ୍ର ଓ କେରଳରୁ ଉନ୍ନତ ନଡିଆ ବିହନ ଓ ସ୍ଥାନୀୟ ନଡ଼ିଆକୁ ବିଶୋଧନ କରି ଚାରା ପ୍ରସ୍ତୁତ କରନ୍ତି । ଆନ୍ଧ୍ର କର୍ଣ୍ଣାଟକ ଉତ୍ତରପ୍ରଦେଶ ଆଦି ଅଞ୍ଚଳରୁ ଉନ୍ନତମାନର ଫଳଚାରାମାନ ସଂଗ୍ରହ କରିବା ସହିତ ଭୁବନେଶ୍ବର ଓୟୁଟିରୁ ଚାରା ବିହନ ମଧ୍ୟ ସଂଗ୍ରହ କରିଥାନ୍ତି । ନିଜ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ନୂଆଗାଁରେ ରହି ମାଆଙ୍କ ପ୍ରେରଣାରେ ସେ ଜଣେ ସଫଳ ଯୁବ ଉଦ୍ୟାନବୀତ ଭାବେ ଆଜି ଜିଲାରେ ବେଶ ପ୍ରତିଷ୍ଠା ଅର୍ଜନ କରି ପାରିଛନ୍ତି ବୋଲି ଜଣାପଡିଛି । ବର୍ଷକୁ ସାତ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ଶ୍ରୀ ପୂଜାରୀ କହନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories