ହଷ୍ଟେଲ୍‍ ଛାତରୁ ପଡ଼ି ଛାତ୍ର ମୃତ

0

କଟକ: ରେଭେନ୍ସା ନ୍ୟୁ ହଷ୍ଟେଲ୍‍ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ବଲାଙ୍ଗୀର କୁଶଧର ବାଗ। ସେ ଏଠାରେ ରହି ରାଜନୀତି ବିଜ୍ଞାନରେ ପିଏଚ୍‍ଡି କରୁଥିଲେ। ରାଜ୍ୟ ଅନ୍ଧ,ମୂକ ଓ ବଧିର ଛାତ୍ର ସଂଘର ସେ ସଭାପତି ଥିଲେ। ତେବେ ଛାତ୍ରଜଣକ କାହିଁକି ଛାତ ଉପରକୁ ଗଲେ ଏବଂ କେମିତି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମାଲଗୋଦାମ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply