Patra electronics

ହଷ୍ଟେଲରେ ଛାତ୍ରୀଙ୍କୁ ମାଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ମଥୁରାର ଚୌମୁହାଁରେ ହଷ୍ଟେଲ ଇନଚାର୍ଜ ଛାତ୍ରୀଙ୍କୁ କୋଠରୀରେ ବନ୍ଦ କରି ମାଡ ମାରିଛନ୍ତି । ମାରପିଟର ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭିଡିଓରେ ଛାତ୍ରୀଙ୍କ ମହିଳା ସାଙ୍ଗ ଗେଟ୍ ଖୋଲି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ହଷ୍ଟେଲ ଇନଚାର୍ଜ ପୁଣି ଗେଟ୍ ବନ୍ଦ କରିଦେଇଛନ୍ତି । ଘଟଣାରେ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ ।

ଏକ ଘରୋଇ ବିଶ୍ବବିଦ୍ୟାଳୟର ବିଟେକ ତୃତୀୟ ବର୍ଷର ଛାତ୍ରୀ କିର୍ତ୍ତୀ କୁମାରୀ ସେଙ୍ଗର କୁହନ୍ତି କି ସେ ଭୁରା ନଗଲା ରୋଡ୍ ରମନପୁର ଥାନା ହାଥରସ ଗେଟ୍ ଜିଲା ହାଥରସରେ ରୁହନ୍ତି । ଥାନା ଜୈନ୍ସ ଅଞ୍ଚଳରେ ଏହି ବିଶ୍ବବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷରେ ସେ ପଢୁଛନ୍ତି । ସେ ଏକ ମହିଳା ହଷ୍ଟେଲରେ ରହୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ସେ ହଷ୍ଟେଲ ଖାଲି କରି ଅନ୍ୟ ସ୍ଥାନକୁ ସିଫ୍ଟ ହେଉଥିଲେ । କିନ୍ତୁ ଏହି ସମୟରେ ହଷ୍ଟେଲ ଇନଚାର୍ଜଙ୍କ ସହ ତାଙ୍କର କୌଣସି କଥା ନେଇ ଯୁକ୍ତି ହେବାରୁ ଶେଷରେ ସେ ତାଙ୍କୁ ମାଡ ମାରିଥିଲେ । ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେବାପରେ ପୁଲିସ ଏନେଇ ପଦକ୍ଷେପ ନେଇଛି । ଲିଖିତ ଅଭିଯୋଗ ପରେ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୁଲିସ ।

Comments are closed.