www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ବନ୍ଦ: ଯାତାୟାତ ପ୍ରଭାବିତ

ଭୁବନେଶ୍ବର : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସନ ପାଇଁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସକାଳ ୬ଟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ରାଜରାସ୍ତାଠାରୁ ଆରମ୍ଭ କରି ରାଜ୍ୟ ସଡକ ପଥରେ ବ୍ୟାନର ବାନ୍ଧି ବସି ରହିଥିଲେ।
ଏହି ବନ୍ଦ ଯୋଗୁ ଟ୍ରକ୍‌ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଥିବାବେଳେ ସରକାରୀ ଓ ବେସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଦୂରଗାମୀ ବସ୍‌ରେ ଆସିଥିବା ଯାତ୍ରୀମାନେ ରାଜଧାନୀର ବସ୍‌ ଷ୍ଟାଣ୍ଡରେ ଅଟକି ରହିଥିଲା। ଯଦିବା ରାଜଧାନୀର ଦୋକାନବଜାର , ସରକାରୀ କାର୍ଯ୍ୟାଳୟ, ସ୍କୁଲ , କଲେଜ ଖୋଲା ରହିଥିଲା ତେବେ ଆଇନଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଥିଲା। ଚାଷୀମାନେ ବ୍ୟାନର ବାନ୍ଧି ବିଭିନ୍ନ ସ୍ଥାନରେ ଯାନବାହନ ରୋକିବା ପାଇଁ ବସିଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲେ। ଜାତୀୟ ରାଜପଥରେ ବସ୍‌ ଓ ଟ୍ରକ୍‌ ଚଳାଚଳ ଏକ ପ୍ରକାର ବନ୍ଦ ରହିଥିଲା। ଏହି ବନ୍ଦ ଆସର ରାଜଧାନୀ ଉପରେ ଆଂଶିକ ପ୍ରଭାବ ପକାଇଥିଲା। ରାଜଧାନୀର ପେଟ୍ରୋଲ ପମ୍ପ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ମାଷ୍ଟରକ୍ୟାଣ୍ଟିନରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ରାସ୍ତା ଉପରେ ବସି ରହିଥିବାବେଳେ ପୁଲିସ ସେମାନଙ୍କୁ ପୂର୍ବାହ୍ନରେ ଗିରଫ କରିଥିଲେ। ସେହିଭଳି ଖଣ୍ଡଗିରି, ରବି ଟକିଜ୍‌, ହଂସପାଳ, ପଟିଆ ଆଦି ସ୍ଥାନରେ ଚାଷୀଙ୍କୁ ପୁଲିସ ଗିରଫ କରି ସପ୍ତମ ବାଟାଲିୟନ, କ୍ୟାପିଟାଲ ଥାନା ଓ ଅନ୍ୟାନ ଥାନାରେ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। ଏହି ବନ୍ଦ ପ୍ରତି ବିଜେପି ଓ କଂଗ୍ରେସର କୃଷକ ସଂଗଠନ ଗୁଡ଼ିକ ସମର୍ଥନ ଜଣାଇଥିଲେ। ମାଷ୍ଟରକ୍ୟାଣ୍ଟିନରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ସଂଗଠନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଭଳି ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନକୁ କଂଗ୍ରେସ ମଧ୍ୟ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିଲା। ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ, ରାଜ୍ୟରେ ଏହି ବନ୍ଦ ପ୍ରତି ଚାଷୀଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି। ସାରା ରାଜ୍ୟରେ ଓଡ଼ିଶା ବନ୍ଦ ବେ​‌େ​‌ଳ ୫୦୦୦ରୁ ଉଦ୍ଧ ଚାଷୀ ଗିରଫ ହୋଇଥିବା ସେ କହିଛନ୍ତି। ଉତ୍କଳ ସାମ୍ବାଦିକ ସଂଘଠାରେ ଅକ୍ଷୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାରେ ଯେଉଁ ସତ୍ୟାଗ୍ରହ କରିବାକୁ ଲକ୍ଷ୍ୟ ଥିଲା ତାହା ସଫଳ ହୋଇଛି। ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସନ ପାଇଁ ସଂଗଠନ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଆସୁଛି। ଚାଷୀମାନେ ଯେତେଥର ରାଜଧାନୀକୁ ସମାବେଶ କରିବାକୁ ଆସୁଛନ୍ତି ତାଙ୍କୁ ପୁଲିସ ବଳ ପ୍ରୟୋଗ କରି ଗିରଫ କରିଛି। ସମ୍ବିଧାନର ଧାରା ଅନୁଯାୟୀ, ବ୍ୟକ୍ତି ଓ ଅଭିବ୍ୟକ୍ତିର ଅଧିକାରକୁ ସରକାର ଛିନ୍ନ କରିବାକୁ ବସିଛନ୍ତି। ରାଜଧାନୀରେ ଅଙ୍ଗନବାଡ଼ି, ଆଶାକର୍ମୀଙ୍କଠାରୁ ଧରି ବିଭିନ୍ନ ସଂଗଠନକୁ ଆନ୍ଦୋଳନ ପାଇଁ ସୁଯୋଗ ଦିଆଯାଉଛି। ଗାନ୍ଧୀଙ୍କ ବିଚାରଧାରାରେ ଚାଷୀମାନେ ଅହିଂସା ଆନ୍ଦୋଳନ କରିବାକୁ ଚାହଁୁଥିଲେ ମଧ୍ୟ ସରକାର ସେମାନଙ୍କୁ ସୁଯୋଗ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ହାତରେ ଭାତ ଓ ଭୋଟ୍‌ ରହିଛି। ସେମାନଙ୍କୁ ପ୍ରକୃତରେ ନ୍ୟାୟ ନମିଳିଲେ ଚାଷୀ ଉପଯୁକ୍ତ ସମୟରେ ଜବାବ୍‌ ଦେବେ​‌। ସରକାର ମାଟ୍ରିକ୍‌ ପରୀକ୍ଷା ଆଳରେ ଓଡ଼ିଶା ବନ୍ଦ କଲେ ୬ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହି ବନ୍ଦକୁ ଭଣ୍ଡୁର କରିବାକୁ ପ୍ରୟାସ କରିଥିଲେ। ହେଲେ ସଫଳ ହେଲେ ନାହିଁ। କେନ୍ଦୁଝରରେ ରାସ୍ତା ଉପରେ ୪ ଘଣ୍ଟା ଧରି ଚାଷୀ ବସି ରହିଥିଲେ। କୃଷକ ସଂଗଠନ ଚାଷୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ଆନ୍ଦୋଳନ କରିଥିବାରୁ ରାଜ୍ୟର ୩୦ଟି ଜିଲାରୁ ୨୭ଟି ଜିଲାରେ ବନ୍ଦ ପ୍ରଭାବ ରହିଥିଲା । ଟ୍ରକ୍‌ ବସ୍‌ ମାଲିକ ସଂଘ, ଶୀତଳଭଣ୍ଡାର ସଂଘ ଓ ବ୍ୟବସାୟୀ ସଂଘ ସହଯୋଗ କରିଥିବାରୁ ଅକ୍ଷୟ କୁମାର କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ବରଗଡ଼ ସଭାରେ ଚାଷୀଙ୍କୁ କାଳିଆ ଟଙ୍କା ବାଣ୍ଟୁଥିବାବେଳେ ଏହି ଓଡ଼ିଶା ବନ୍ଦକୁ କିଛି ଲୋକ କରୁଥିବା କହି ଚାଷୀଙ୍କୁ ବାନ୍ଧିଥିଲେ। ପଟ୍ଟାମୁଣ୍ଡାଇ, ଜଗତସିଂହପୁର, ବ୍ରହ୍ମପୁର ଆଦି ସ୍ଥାନରେ ଓଡ଼ିଶା ବନ୍ଦ ପ୍ରତି ସାଧାରଣ ଲୋକଙ୍କ ସମର୍ଥନ ମିଳିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories